ବାଲାଗୋଡ଼ା ପଞ୍ଚାୟତରେ ତ୍ରି-ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।
କେନ୍ଦୁଝରଜିଲ୍ଲା ର ଖଣିଜ କ୍ଷେତ୍ର ବଲାଣି ଥାନା ଅନ୍ତର୍ଗତ ତଥା ଯୋଡ଼ା ବ୍ଲକ୍ ଅଧୀନସ୍ତ ବାଲାଗୋଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ବିଶାଳ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବାଲାଗୋଡ଼ା, ବଲାଣି ଓ କାରାଖେଣ୍ଡରା—ଏହି ତିନୋଟି ଗ୍ରାମପଞ୍ଚାୟତର ଶତାଧିକ ଆବେଦନକାରୀ ଯୋଗଦେଇ ନିଜ ନିଜର ସମସ୍ୟା ଜଣାଇଥିଲେ ।
ଏହି ସାଧାରଣ ଅଭିଯୋଗ ଶୁଣାଣି ଶିବିରରେ ଯୋଡ଼ା ବ୍ଲକ୍ ଚେୟାରମ୍ୟାନ୍ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଦାନିଷ ବେହେରା ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କ ଅଭିଯୋଗର ପ୍ରତ୍ୟକ୍ଷ ଶୁଣାଣି କରିଥିଲେ। ସେହିପରି ବାଲାଗୋଡ଼ା ସରପଞ୍ଚ ଗୌରୀ ଖୁଣ୍ଟିଆ, ବଲାଣି ସରପଞ୍ଚ ମୁଗା ମୁଣ୍ଡାଙ୍କ ସମେତ ତିନୋଟିଯାକ ପଞ୍ଚାୟତର ୱାର୍ଡମେମ୍ବର, ଡାକ୍ତରୀ ଦଳ, ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ମହିଳା, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ବିଭିନ୍ନ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଶିବିରରେ ସ୍ଥାନୀୟ ଅଞ୍ଚଳର ଅନେକ ଭିନ୍ନକ୍ଷମ ଓ ଅସହାୟ ଲୋକଙ୍କ ସମେତ ସାଧାରଣ ଜନତା ସାମିଲ ହୋଇଥିଲେ। ବିଭିନ୍ନ ସମସ୍ୟା ନେଇ ପ୍ରାୟ ୨୫୦ ରୁ ୩୦୦ ଜଣ ନିଜର ନାମ ପଞ୍ଜୀକରଣ (ରେଜିଷ୍ଟ୍ରେସନ) କରିଥିଲେ। ଲୋକଙ୍କ ଅଭିଯୋଗଗୁଡ଼ିକୁ ଗୁରୁତ୍ୱର ସହ ଗ୍ରହଣ କରାଯିବା ସହ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଶାସନକୁ ନିଜ ପାଖ ଦୁଆରମୁହଁରେ ପାଇ ସ୍ଥାନୀୟ ବାସିନ୍ଦା ମାନେ ଅତ୍ୟନ୍ତ ପ୍ରସନ୍ନ ଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍
