Spread the love

ବାଲିଆର ବିପ୍ଳବୀ ରାମକୃଷ୍ଣ ସାମନ୍ତସିଂହାର ଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ

ବିଷୟ___ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅଭିମନ୍ୟୁ ବାଲିଆର ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ସୁପୁତ୍ର ତଥା ବିପ୍ଳବୀ ରାମକୃଷ୍ଣ ସାମନ୍ତସିଂହାରଙ୍କ ପୂର୍ଣ୍ଣ ଅବୟବ ପ୍ରତି ମୁର୍ତ୍ତୀ ଓଡ଼ିଶାର ଉଚ୍ଚଶିକ୍ଷା, ସଂସ୍କୃତି, କ୍ରୀଡା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମନ୍ତ୍ରୀ ସୂର୍ଯ୍ୟବଶି ସୂରଜଙ୍କ କରକମଳରେ ଉନ୍ନୋଚନ ହୋଇଯାଇଛି।ଯୁବ ସମାଜସେବୀ ବସନ୍ତ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମନ୍ତ୍ରୀ ସୂର୍ଯ୍ୟବଶି ସୂରଜଙ୍କ ସମେତ ଏମ ପି ଡଃ ରବିନ୍ଦ୍ର ନାରାୟଣ ବେହେରା, ମୁଖ୍ୟ ବକ୍ତା ଭାବେ ଦୈନିକ ଖବରକାଗଜ ପ୍ରଗତିବାଦୀ ର କାର୍ଯ୍ୟ ନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଯୋଗଦେଇ ସଂଗ୍ରାମୀ ରାମକୃଷ୍ଣ ସାମନ୍ତସିଂହାରଙ୍କ ସ୍କୁତି ଚାରଣ କରିବା ସହିତ ଆଲୋଚନା କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ମନ୍ମଥ ରାୟ ସ୍ବାଗତ ଭାଷଣ ଦେଇଥିଲେ। ଅଧ୍ୟାପକ ଡଃ ରବିନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ବିଧଗ୍ନାର ନିର୍ଦେଶକ ଶରତ କୁମାର ଜେନା ମଞ ପରିଚାଳନା କରିଥିଲେ। ମଞରେ ପୃର୍ବତନ ବିଜେପିର ଜିଲ୍ଲା ସଭାପତି ଆଶୁତୋଷ ପରିଡ଼ା, ଯୁବନେତା ଉମେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ।ଧାରପୁର ଠାରୁ ଏକ ବଡ଼ ଶୋଭାଯାତ୍ରାରେ ମନ୍ତ୍ରୀଙ୍କୁ ବାଲିଆ ପର୍ଯ୍ୟନ୍ତ ପାଛୋଟି ଅଣାଯାଇ ଥିଲା । ଅନ୍ୟମାନଙ୍କ ମଧ୍ୟରେ ବରୀର ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ନୀଳମଣି ସାମଲ, ଅଙ୍ଗାଳୋର ପ୍ରାକ୍ତନ ସରପଞ ପ୍ରମୋଦ କୁମାର ସାମଲ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *