Spread the love

ବିଶ୍ୱଶାନ୍ତି ଯଜ୍ଞ ଓ ପ୍ରବଚନ ଅନୁଷ୍ଠିତ
ତାଳଚେର, ୧୬/୧୧ ତାଳଚେର ବୈଦିକ ଯଜ୍ଞ କମିଟି ଆନୁକୂଲ୍ୟରେ ତାଳଚେର ଫାଷ୍ଟଗେଟ୍ ସ୍ଥିତ ଚିତ୍ରକୂଟ୍ଟମନ୍ଦିର ପ୍ରାଙ୍ଗଣରେ ବିଶ୍ୱଶାନ୍ତି ପାଇଁ ଯଜ୍ଞ କରାଯାଇଥିବା ବେଳେ ଲୋକଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା ନେଇ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ଗତ ୧୪ତାରିଖ ଠାରୁ ଆରମ୍ଭହୋଇ ଆଜି ଅନ୍ତିମ ଦିବସରେ ପଂହଚିଛି । ବାବା ପୂଜ୍ୟ ସ୍ୱାମୀ ସ୍ୱତନ୍ତ୍ରା ନନ୍ଦ ସରସ୍ୱତୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଓମଧ୍ୱଜାକୁ ଉତୋଳନ ପୂର୍ବକ ତାଙ୍କ ବ୍ରହ୍ମତ୍ୱ ଓ ପୂଜ୍ୟସ୍ୱାମୀ ଆଚାର୍ଯ୍ୟ ଶ୍ରୀକାନ୍ତି ଜୀଙ୍କ ପୌରହିତ୍ୟରେ ବାବା ଗୋଲେଖ ଜୀ, ବ୍ରହ୍ମଚାରୀ ପବିତ୍ର କୁମାର ଆର୍ଯ୍ୟ, ପଣ୍ଡିତ ସମୀର ରଞ୍ଜନ ଦାସ ଏବଂ ବ୍ରହ୍ମଚାରୀ ରମେଶ ଆଚାର୍ଯ୍ୟଙ୍କ ସହଯୋଗିତାରେ ଯଜ୍ଞ ପରିଚାଳିତ ହୋଇଥିଲା । ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ଉପସ୍ଥିତ ଥିଲେ ଓ ସେଠାରେ ୩ଦିନ ବ୍ୟାପି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *