ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ: ଅନୁଗୋଳ, ବଅଁରପାଳ
ଅନୁଗୋଳ, ବଅଁରପାଳ : ୨୭ ନଭେମ୍ବର କୁ ଜାତିସଂଘ ଦ୍ୱାରା ଘୋଷିତ ପ୍ରଥମ ଅନ୍ତର୍ଜାତୀୟ ବାଲ୍ୟ ଓ ବାଧ୍ୟତାମୂଳକ ବିବାହ ଉଚ୍ଛେଦ ଦିବସ ପାଳନ ଅବସରରେ ତଥା ଅନୁଗୁଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଜୁହାର ପୁର ଅରlହlଟ ଗୋପିଗୋଠ, ଅଙ୍ଗାର ବନ୍ଧ, ସୋମାକୋଇ,ନୂଆସାହି, ନୁଅlନାଳି ଏକ ସଚେତନତାମୂଳକ କ୍ୟାଣ୍ଡେଲ ମାର୍ଚ୍ଚ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ, ସିଆରପି, ଜନପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀ, ଯୁବକ-ଯୁବତୀ ଏବଂ କିଶୋର-କିଶୋରୀମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ଏହି ମାର୍ଚ୍ଚ ମାଧ୍ୟମରେ ସାଧାରଣ ଲୋକଙ୍କୁ ବାଲ୍ୟ ବିବାହର କୁପରିଣାମ, ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ମାନସିକ ବିକାଶ ଓ ଭବିଷ୍ୟତ ଉପରେ ଏହାର ନକାରାତ୍ମକ ପ୍ରଭାବ ସମ୍ପର୍କରେ ସଚେତନ କରାଯାଇଥିଲା।
ଏଥିସହ ବାଲ୍ୟ ବିବାହ ରୋକିବାରେ ପରିବାର, ସମାଜ ଓ ସମସ୍ତ ଗୋଷ୍ଠୀର ସାମୂହିକ ଦାୟିତ୍ୱ ଓ ସକ୍ରିୟ ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବାଲ୍ୟ ବିବାହ ମୁକ୍ତ ଗ୍ରାମ ଗଠନ ତଥା ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତେ ଏକଜୁଟ ହୋଇ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା ଓ ଶପଥ ପାଠ ମଧ୍ୟ କରାଯାଇଥିଲା।ଉକ୍ତ କାର୍ଯ୍ୟ କ୍ରମକୁ ଲକ୍ଷ୍ମୀ ବେହେରା, ସନାଲିଷl ସବର ପରିଚାଳନା କରିଥିଲେ।
