ବେପରୁଆଢ଼ଙ୍ଗରେ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା, ଦୁଇ ବାଇକ୍ ଆରୋହୀ ମୃତ।
କେନ୍ଦୁଝର ଜିଲ୍ଲାରେ ବେପରୁଆ ଢ଼ଙ୍ଗରେ ଓ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁ ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣା,ସଡ଼କ ଦୁର୍ଘଟଣାରେ ୨ଜଣ ବାଇକ୍ ଆରୋହୀ ମୃତ, ଅନ୍ୟ ଜଣେ ଗୁରୁତର । କେନ୍ଦୁଝର ଜିଲ୍ଲା ଯୋଡାଥାନା ଅନ୍ତର୍ଗତ ବିଲେଇପଦା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରକ୍ ପ୍ରଥମେ ଦ୍ରୁତଗତିରେ ଗାଡ଼ି ଚଳାଇ ଆସି ଡିଭାଇଡର୍ ଉପରେ ଚଢ଼ି ଯାଇଥିଲା ଓ ପରେ ଭାରସାମ୍ୟ ହରାଇ ୨ଜଣ ବାଇକ୍ ଆରୋହୀଙ୍କ ଉପରେ ଚଢ଼ି ଯାଇଥିଲା ଟ୍ରକ୍ ବାଇକ୍ ଆରୋହୀ ଙ୍କ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ବାଇକ୍ ରେ ଥିବା ୨ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ନେଇ ସୂଚନା। ପରେ, ଟ୍ରକ୍ ଟି ୩୦ ଫୁଟ୍ ତଳକୁ ଖସିପଡ଼ିଥିଲା । ଫଳରେ, ଟ୍ରକ୍ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଥିଲେ ଟ୍ରକ୍ ଡ୍ରାଇଭର୍ କୁ ଉଦ୍ଧାର କରି ମେଡ଼ିକାଲ୍ ରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
