Spread the love

ବିକାଶ ଡିଗ୍ରୀ କଲେଜରେ ଜାତୀୟ ମହାକାଶ ଦିବସ, ଛାତ୍ରଛାତ୍ରୀଙ୍କ ଚମତ୍କାର ମଡେଲ୍ ପ୍ରଦର୍ଶନ

କଳାହାଣ୍ଡି (ବାଲେଶ୍ୱର ସୁନାନୀ ) : ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ କଲେଜରେ ଅଗଷ୍ଟ ୨୪ ତାରିଖରେ ଜାତୀୟ ମହାକାଶ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ଓ ବୈଜ୍ଞାନିକ ଚିନ୍ତାଧାରା ବିକାଶ ଉଦ୍ଦେଶ୍ୟରେ ଏହି ଅବସରରେ ମହାକାଶ ମଡେଲ୍ ପ୍ରଦର୍ଶନୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରଦର୍ଶନୀରେ ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବିକାଶ ଡିଗ୍ରୀ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ମହାକାଶ ମଡେଲ୍ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଡେଲ୍‌ରେ ସୃଜନଶୀଳତା, ବୈଜ୍ଞାନିକ ଚିନ୍ତନ ଓ ନବସୃଜନର ଝଲକ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭବାନୀପାଟଣା ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ, କଳାହାଣ୍ଡିର ସହକାରୀ ଅଧ୍ୟାପକ ଡ. ସୁଶାନ୍ତ କୁମାର ମହାନ୍ତ ଯୋଗଦେଇ ମହାକାଶ ବିଜ୍ଞାନ ଓ ଭବିଷ୍ୟତର ମହାକାଶ ଅନୁସନ୍ଧାନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ନିର୍ଦ୍ଦେଶକ ଡି. ଶ୍ୟାମ, ନିର୍ଦ୍ଦେଶକ ଡି. ରାମ କୁମାର, ମୁଖ୍ୟ ଶିକ୍ଷା ଅଧିକାରୀ ଡି. ବିଜୟା, ମୁଖ୍ୟ ଶିକ୍ଷା ଅଧିକାରୀ ଡି. ପଦ୍ମିନୀ, ସରସ୍ୱତୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଇ.ଟି. ଓ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ଡ. ସୁଦୀପ୍ତ କୁମାର ଜାନା, ବିକାଶ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ. ଆଦିତ୍ୟ କୁମାର ପଟ୍ଟନାୟକ ଏବଂ ବିକାଶ ନର୍ସିଂ କଲେଜର ଅଧ୍ୟକ୍ଷ ଏସ୍. ଗୋପୀନାଥଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *