Spread the love

ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳିତ

ବିଷୟ____ ବିଂଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ଆଉରି ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ୍ନ ଓ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲୀକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ କାର୍ଯ୍ୟର ସୁଫଳ ସମସ୍ତଙ୍କ ପାଖରେ କିଭଳି ପହଞ୍ଚି ପାରିବ ,କର୍ମୀ ମାନଙ୍କୁ ସେନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।ସଭାପତି ନନ୍ଦକିଶୋର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ନିର୍ବାଚନୀ ମଣ୍ଡଳି ସଭାପତି ମୁରଲୀ ବେହେରା,ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାଶ,ରାମଚନ୍ଦ୍ର ବେହେରା,ସୁଶାନ୍ତ ମିଶ୍ର,ଜିଲ୍ଲା ପରିଷଦ ସଭ୍ୟା ,ସଭ୍ୟ ଅହଲ୍ୟା ସ୍ବାଇ ,ଖଗେଶ୍ବର ମହାନ୍ତି, ସରପଞ ପ୍ରିତିକ୍ରୀଷ୍ଣା ଜେନା,ସରପଞ ନନ୍ଦକିଶୋର ମଲ୍ଲୀକ,ଦିଲ୍ଲୀପ ରାଉଳ,ଲେଲିନ ଦାଶ,ସମାଜସେବି ବିନୟ କୁମାର ନାଥ,ରଶ୍ମିରଞ୍ଜନ ନାୟକ,ସଞ୍ଜୟ ମଲ୍ଲୀକ( ନଣ୍ଡା ଭାଇ) ,ମହେଶ୍ଵର ରାଉତ,ନାରିନେତ୍ରୀ ଭାରତୀ କାଣ୍ଡୀ ପ୍ରମୁଖ ଯୋଗଦେଇଥିଲେ ।ଏହି ଅବସରରେ ମନ୍ତ୍ରି ଘୋଷଣା କରିଥିଲେ ଯେ ସିଂହପୁର ଓ ଢିଅକୁଳା ଠାରେ ଦୁଇଟି ଦମକଳ ବାହିନି ଅଫିସ ନୁଆ ହେବ । ମନ୍ତ୍ରିଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତୀ,ଏହି ଅବସରରେ ପୃର୍ବତନ ବ୍ଳକ ଅଧ୍ୟକ୍ଷ ବାବାଜୀ ଚରଣ ଦାଶ,ପୃର୍ବତନ ସଭାପତି ନଟବର ମଲ୍ଲୀକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *