Spread the love

ବିଞ୍ଝାରପୁର ବ୍ଳକ ବିଜୁ ଯୁବ ଜନତା ଦଳର ଉପସଭାପତି ତଥା ସମାଜସେବୀ ଜିତେନ୍ଦ୍ର କୁମାର ବାରିକଙ୍କ ୪୬ ତମ ଜନ୍ମଦିନ ପାଳନ।


ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବରୁଣେଶ୍ଵର କଲ୍ୟାଣ ମଣ୍ଡପରେ ବିଜୁ ଯୁବ ଜନତା ଦଳର ସଭାପତି ଦିଲ୍ଲୀପ କୁମାର ରାଉଳ ଓ ଉପସଭାପତି କୈଳାସ ମଲ୍ଲିକଙ୍କ ତତ୍ବାବଧାନରେ ଯୁବ ଜନତା ଦଳର ବରିଷ୍ଠ ଉପସଭାପତି ତଥା ସମାଜସେବୀ, ପରୋପକାରୀ ଶାନ୍ତ ସ୍ବାଭାପର ଭାବେ ସାରା ବିଂଝାରପୁର ବ୍ଳକ ରେ ପରିଚିତ ଜିତେନ୍ଦ୍ର କୁମାର ବାରିକଙ୍କ ୪୬ ତମ ଜନ୍ମଦିନ ପାଳନ ଖୁବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଲୋକମାନଙ୍କର ସେବା କରିବା ଉଦ୍ଦେଶ୍ୟରେ ତାଙ୍କର ଆଗ୍ରହ ପ୍ରକାଶକୁ ଦେଖି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ତାଙ୍କୁ ବିଂଝାରପୁର ବ୍ଳକ ବିଜୁଜନତା ଦଳର ଉପସଭାପତି ରୁପେ ମନୋନୀତ କରିଛନ୍ତି।ସେ ପ୍ରକାଶ କରିଛନ୍ତି ଯେ ଲୋକମାନଙ୍କର ସେବା କରିବା ହେଉଛି ତାଙ୍କର ପ୍ରଥମ ଲକ୍ଷ। ତାଙ୍କୁ କେହି ଅଟକାଇପାରିବେ ନାହିଁ। ଯେତେ ପର୍ଯ୍ୟନ୍ତ ସେ ଥିବେ ସେ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ସେବା କରୁଥିବେ। ଏହି ଉତ୍ସବରେ ବିଜୁଜନତା ଦଳର ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ। ଜିତେନ୍ଦ୍ରଙ୍କ ଜନ୍ମଦିନରେ ବାବା ବରୁଣେଶ୍ଵରଙ୍କ ମନ୍ଦିର ରେ ଦଳର ନେତୃବୃନ୍ଦ ପ୍ରଥମେ ୧୦୮ ଦୀପ ଜଳାଇ ଜିତେନ୍ଦ୍ରଙ୍କ ଦୀର୍ଘାୟୁ କାମନା କରିବାସହ କଲ୍ୟାଣ ମଣ୍ଡପରେ କେକକାଟି ଖୁବ୍ ଧୁମଧାମରେ ଜନ୍ମଦିନ ପାଳନ କରିଥିଲେ। ଏଥିପାଇଁ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ଓ ସମାଜସେବୀ କୈଳାସ ଚନ୍ଦ୍ର ସେଠୀ ଜିତେନ୍ଦ୍ରଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତି।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *