Spread the love

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର କପିଳାସ ସରକାରୀ ଉଚ୍ଚ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ବାସିଲ୍ କୁଲୁ ଙ୍କ ବଦଳି ହୋଇଥିବାରୁ ସେ ମହାଶୟଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ମନୋସିନୀସାହୁ ଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ମାସ ତିନି ତାରିଖ ଅପରାହ୍ନ ରେ‌ ବିଦ୍ୟାଳୟ ର ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଛଅ ବର୍ଷ ର ଅଭିଜ୍ଞତା ରେ ଉକ୍ତ ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟ ରେ ଗଢିତୋଳିଥିବା ଆଦର୍ଶ ପ୍ରଧାନ ଶିକ୍ଷକ ଶ୍ରୀ ‌କୁଲୁ୍ଙ୍କ ର ଛାତ୍ରୀମାନଙ୍କ ସହିତ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଗୁଣଗାନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ମଙ୍ଗଳ ଅଧିକାରୀ ଗଁଦିଆ ସଚ୍ଚିଦାନନ୍ଦ ପ୍ରୁଷ୍ଠି, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ, ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଦ୍ୟାଧର ପରିଡ଼ା ମୋ ସ୍କୁଲ ଅଭିଯାନ ର ସଭାପତି ଯୁଗଳ କିଶୋର ମିଶ୍ର ଉପସ୍ଥିତ ହୋଇ ବିଦାୟୀ ପ୍ରଧାନ ଶିକ୍ଷକ ଙ୍କ ଗୁଣଗାନ କରିଥିଲେ। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସନ୍ତୋଷିନୀ ହୋତା,ଦୁର୍ଗେଶନନ୍ଦିନୀ ନନ୍ଦ,ଶିବାନୀ ମିଶ୍ର, ନିବେଦିତା ସାହୁ ,ଦିପ୍ତିମୟୀ ପ୍ରଧାନ, ନନ୍ଦିନୀ ରାଉଳ, ପୁଷ୍ପ ଲତା କଅଁର,ଓ ପଦ୍ମିନୀ ଭୋଇ ଗୁଣଗାନ କରିଥିଲେ। ବିଦ୍ୟାଳୟ ତରଫରୁ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *