Spread the love

( ବିଦ୍ୟାଳୟ ପରିସର ରୁ ଲକ୍ଷାଧିକ ଟଙ୍କା ର ମୂଲ୍ୟବାନ ଗଛ ଗ୍ୟାବ୍ | ପ୍ରଧାନ ଶିକ୍ଷକ ଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ )

ଜଗତସିଂହପୁର
ତା =2/12/24

ବିବାଦର ପିଛାଛାଡ଼ୁନି କୁସୁପୁର ତେନ୍ତୁଳୀବେଲାରୀ ଉଚ୍ଚ ବିଦ୍ୟାଳୟ | ଏହି ବିଦ୍ୟାଳୟ କୁ କେତେବେଳେ ହାପ ପ୍ୟାଣ୍ଟ ପିନ୍ଧି ଶିକ୍ଷକ ପରୀକ୍ଷାକେନ୍ଦ୍ର କୁ ଆସୁଥିବା ଘଟଣା ଭାଇରଲ ତ ଆଉ କେତେବେଳେ
ବିଦ୍ୟାଳୟ ପରିସରରେ ଥିବା ବହୁ ମୂଲ୍ୟବାନ ଗଛ ବେଆଇନ ଭାବେ କାଟି ବିକ୍ରି କରିଵା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପଲୋଟିଛି |
ଏ ଭଳି ଅଭାବନୀୟ ଘଟଣା ଘଟିଛି
ଜଗତସିଂହପୁର ଶିକ୍ଷା ଜିଲା ଅନ୍ତର୍ଗତ ବାଲିକୁଦା କୁସୁପୁର ସ୍ଥିତ ତେନ୍ତୁଳିବେଲାରୀ ଉଚ୍ଚ ବିଦ୍ୟାଳୟ ରେ | ଏହି ବିଦ୍ୟାଳୟ ପରିସରରୁ ଯୋଜନା ବଦ୍ଧ ଭାବରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଗଛ କାହା ଇଙ୍ଗିତରେ କଟାଯାଇ କେତେ ଟଙ୍କା କୁ ବିକ୍ରି କରାଯାଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ତେବେ ବିଦ୍ୟାଳୟ ପରିସର ରୁ ବେଆଇନି ଭାବେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମୂଲ୍ୟବାନ ଗଛ କଟା ଯାଇଥିବା ବେଳେ ଖୋଦ ପ୍ରଧାନ ଶିକ୍ଷକ ଏହା କୁ ଖୋଲାଖୋଲି ଭାବେ ଖଣ୍ଡନ କରିବା କେତେ ଦୂର ଠିକ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏଭଳି ଗାଲୁଆ, ମିଥ୍ୟାବାଦୀ ପ୍ରଧାନ ଶିକ୍ଷକ ଙ୍କ ବିରୋଧ ରେ ଶିକ୍ଷା ବିଭାଗୀୟ ଅଧିକାରୀ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *