Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଦ୍ୟାଳୟ ବନ୍ଦ ନ ହେବା ନିମନ୍ତେ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ 

 

ଜେ ବି ଏନ, ୦୨/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବସଲା ଗ୍ରାମ ପଞ୍ଚାୟତ ର ଧନୁର୍ଜୟପୁର ଗ୍ରାମରେ ୧୯୫୨ ମସିହାରୁ ପ୍ରାଥମିକ ବିଦ୍ୟାଳୟଟିଏ ସ୍ଥାପନ ହୋଇଥିଲା। ବିଦ୍ୟାଳୟଟି ବର୍ତ୍ତମାନ ସୁଦ୍ଧା ସୂଚାରୁ ରୂପେ ଛାତ୍ରଛାତ୍ରୀ ମାନଙ୍କର ଦ୍ଵାରା ପଠନ ଚାଲିଅଛି। ସେହି ବିଦ୍ୟାଳୟରେ ପ୍ରାୟ ୩୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରି ଆସୁଛନ୍ତି। ସରକାରଙ୍କର ଆଇନ ଅନୁଯାଇ ବିଦ୍ୟାଳୟଟି ବନ୍ଦ ହେବାକୁ ଯାଉଛି। ବିଦ୍ୟାଳୟଟି ବନ୍ଦ ନ ହେବା ପାଇଁ ଧନୁର୍ଜୟପୁର ଗ୍ରାମବାସୀ ପ୍ରାୟ ୩୦ ରୁ ଉର୍ଦ୍ଧ ହେବ ଆଜି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ପିଲାମାନେ ଅନ୍ୟ ଏକ ବିଦ୍ୟାଳୟ କୁ ଯିବା ପାଇଁ ଦୂରତା ଏବଂ ଗାଡ଼ି ମଟର ଯୋଗୁ ଯାତାୟତ କରିବାରେ ଅସମ୍ଭବ ବୋଲି ଗ୍ରାମ ବାସୀ ଙ୍କର ମତ ପ୍ରକାଶ କରିଛନ୍ତି l