Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଧାନସଭାରେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ

 

 

ଜେ ବି ଏନ, ୧୩/୦୩/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ୱର : ମଣ୍ଡି ସମସ୍ୟା ନେଇ ପୂର୍ବରୁ ବିଧାନସଭାରେ ଆତ୍ମହତ୍ୟା କରିବାକୁ ନେଚବନୀ ଦେଇଥିବା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଶୁକ୍ରବାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ବେଳେ ପୁଣି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଥିଲେ। ଏପରିକି ସେ ଗୃହରେ ସାନିଟାଇଜର ପିଇବାକୁ ଉଦ୍ୟମ କରିଥିଲେ। ହେଲେ ସଂସଦୀୟ ବ୍ୟାପର ମନ୍ତ୍ରୀଙ୍କ ସହ ଅନ୍ୟମାନେ ସାନିଟାଇଜର ଛଡାଇ ନେଇଥିଲେ। ଫଳରେ ଗୃହରେ ଏକ ଅପ୍ରତିକର ଘଟଣା ଟଳିଯାଇଥିଲା। ସୁବାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଜନସାଧାରଣ ତାଙ୍କୁ ପ୍ରତିନିଧିଭାବେ ପଠାଇଛନ୍ତି। ଚାଷୀଙ୍କ ସମସ୍ୟାକୁ ବିଧାନସଭାରେ ଉପସ୍ଥାପନ କରିଛି। ହେଲେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଏହା ତାଙ୍କୁ ବାଧୁଛି। ଏନେଇ ସେ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିବା ଭଳି ପଦକ୍ଷେପ ନେଇଥିବା କହିଛନ୍ତି।