Spread the love

ଭୁବନେଶ୍ୱର, ୦୫/୧୧ : ହିନ୍ଦୀ ଚଳଚ୍ଚିତ୍ର ଓ ଧାରାବାହିକ ଜଗତର ଲୋକପ୍ରିୟ ପ୍ରଯୋଜିକା ତଥା ନିର୍ଦେଶିକା ଏକତା କପୁର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଆଜି ଓଡ଼ିଶା ଆସି ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ରାଜ୍ୟ ସରକାର ତାଙ୍କ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ କର ଛାଡ଼ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ଏକତା।

ଏଥିସହ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କୁ ଚଳଚ୍ଚିତ୍ରଟି ଦେଖିବାକୁ ଅନୁରୋଧ କରଛନ୍ତି। ଏହାପରେ ସେ ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ନଭେମ୍ବର ୧୫ ତାରିଖରେ ମୁକ୍ତିଲାଭ କରିଥିବା ‘ଦି ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର ସତ୍ୟ ଘଟଣା ଉପରେ ଆଧାରିତ। ୨୦୦୨ ମସିହା ଫେବୃଆରୀ ୨୭ ତାରିଖରେ ଘଟିଥିବା ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ନଭେମ୍ବର ୨୮ରେ ଓଡ଼ିଶା ସରକାର ଏହାକୁ କର ମୁକ୍ତ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *