Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଧାୟକ ତାଳଚେର୍, ଜିଲ୍ଲାପାଳ ଅନୁଗୋଳ ଙ୍କ ଦ୍ଵାରା ଏମସିଏଲର ବିଭିନ୍ନ ସମସ୍ୟାର ନିଷ୍ପତ୍ତି 

 

ଜାଗ୍ରତ ଭାରତ ନିୟୁଜ, ୧୩/୦୩/୨୦୨୧, (ରିପୋର୍ଟ୍ ସୌମ୍ୟରଞ୍ଜନ ଶତପଥୀ), କଣିହାଁ : ଲିଙ୍ଗରାଜ କୋଇଲା ଖଣି ରେଲୱେ ସାଇଡଂ ରେ ନିଯୁକ୍ତି ଏବଂ ହିଲୋଇ ଏକଡାଳ ଗ୍ରାମର ଜମିହରା ପ୍ରଜାଙ୍କୁ ନିଯୁକ୍ତି,ଏବଂ ଭାଲୁଗାଡିଆ ଗ୍ରାମ ବିସ୍ଥାପିତ ନିମନ୍ତେ ଆଜି ଅନୁଗୋଳ ଜିଲ୍ଲାପାଳ ଙ୍କ ସମ୍ମୀଳନୀ ପ୍ରକୋଷ୍ଠ ରେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ଓ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କ ଉପସ୍ଥିତି ରେ ଏମ୍ସିଏଲ୍ ଡାଇରେକ୍ଟର ଟେକ୍ନିକାଲ ଙ୍କ ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ବୈଠକ ହୋଇଥିଲା। ଏହି ତ୍ରିପାକ୍ଷିକ ବୈଠକରେ ସ୍ଥାନୀୟ ସମସ୍ତ ସମସ୍ୟା କୁ ଯଥାଶୀଘ୍ର ସମାଧାନ ନିମନ୍ତେ ନିଷ୍ପତ୍ତି ହୋଇଥିଲା ।