Spread the love

ବିବେକାନନ୍ଦ ଲୋକ ସଂସଦର ବନ୍ଧୁମିଳନ ଉତ୍ସବ
ତାଳଚେର, ୦୩/୧୦ ସ୍ୱାମୀ ବିବେକାନନ୍ଦ ଲୋକସଂସଦ, ଅନୁଗୋଳ ଜିଲ୍ଲା ଶାଖାର ଏକ ବନ୍ଧୁମିଳନ ଉତ୍ସବ ସନ୍ଥପଡ଼ା ଗ୍ରାମସ୍ଥିତ ହରିହର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସଂସଦର ସଭାପତି ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଲୋକ ସଂସଦର ଅନୁଗୋଳ ଜିଲ୍ଲା ସଂପାଦକ ଶିକ୍ଷାବିତ୍ କୃଷ୍ଣ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ସହ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିବେକାନନ୍ଦ ଲୋକ ସଂସଦ, ଅନୁଗୋଳ ଶାଖା ଆନୁକୂଲ୍ୟରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ତାହା ସହିତ ଚଳିତ ବର୍ଷ ପାଇଁ ଲୋକ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଚିତ୍ରାଙ୍କନ ପ୍ରତିଯୋଗିତା ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉଦ୍‌ବୋଧନୀ କାର୍ଯ୍ୟକ୍ରମ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତି ନିଆଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଗୋଳ ଜିଲ୍ଲା ସଂଚାର ଓ ସମନ୍ୱୟ ବିଭାଗର ସଂଯୋଜକ ବିଭୂତି ଭୂଷଣ ସ୍ୱାଇଁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଲୋକ ସଂସଦର ଅନୁଗୋଳ ଜିଲ୍ଲା ଉପସଭାପତି ଡ.କଳ୍ପନା ବୋଇତି, କୋଷାଧ୍ୟକ୍ଷ ପଂଚାନନ ବେହେରା, ଆଜୀବନ ସଦସ୍ୟ ବୀର ବିକ୍ରମ ସିଂ ସାମଲ, ବାମାକାନ୍ତ ଗଡ଼ନାୟକ, ବିନୋଦ କୁମାର ସାମଲ, ଡ.ବିନୋଦିନୀ ପାଣି, ଭବାନୀ ଶଙ୍କର ମିଶ୍ର, ବିବେକାନନ୍ଦ ବେହେରା, ସନ୍ତୋଷ କୁମାର ପ୍ରଧାନ, ହାଡ଼ିବନ୍ଧୁ ପ୍ରଧାନ, ଦୟାନିଧି ସାହୁ, କଳ୍ପନା ସାମଲ, ସୂର୍ଯ୍ୟକାନ୍ତ ସାମଲ, ଗଣେଶ୍ୱର ମହାନ୍ତି, ଗୀତାଞ୍ଜଳି ସାମଲ, ବିନୟ ଖିଲାର, ପ୍ରବୋଧ କୁମାର ରଥ, ଅଭିମନ୍ୟୁ ସାମଲ, ଗୀତା ତ୍ରିପାଠୀ, ଶ୍ରମତୀ ଧୀର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଂସଦର ଉପସଭାପତି ଡ. କଳ୍ପନା ବୋଇତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *