Spread the love

ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତାଯୋଗୁ ଦିନକୁଦିନ ବୃଦ୍ଧି ପାଉଛି ଖଣିଜପଦାର୍ଥ ଚୋରାଚାଲାଣ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣିମଣ୍ଡଳ ସତେ ଯେମିତି ଖଣି ମାଫିଆ ମାନଙ୍କ ପାଇଁ ଭୂସ୍ବର୍ଗ ପାଲଟିଥିବା ମନେହୁଏ। ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁ ଅହେତୁକ ମାତ୍ରାରେ ଦିନକୁଦିନ ବୃଦ୍ଧି ପାଉଛି ଖଣିଜ ପଦାର୍ଥ ଚୋରାଚାଲାଣ। ସେପଟେ ଖଣିଜ ପଦାର୍ଥ ଚୋରାଚାଲାଣ କାରୀଙ୍କୁ ଧରିବାକୁ ପ୍ରୟାସ କରି କିଛି ମାତ୍ରାରେ ସଫଳ ହୋଇଛି ପୋଲିସ୍ ପ୍ରଶାସନ। କେନ୍ଦୁଝର ଜିଲ୍ଲା ବାମେବାରୀ ପୋଲିସର ଚଢ଼ଉ ଦୁର୍ଗମ ଅଞ୍ଚଳ ପୀଢପୋଖରୀ ଅଞ୍ଚଳରେ ଚଢ଼ାଉ କରି ଗୋଟିଏ ଚେରା ଖଣିଜ ପଦାର୍ଥ ବୋଝେଇ ଟ୍ରକ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣକ ହେଲେ ମାନସ ସନ୍ଧି । ପୀଢ଼ ପୋଖରୀ ଅଂଚଳରେ ରାତ୍ରି ସମୟରେ ଚଢାଉ କରିଥିଲା ପୋଲିସ୍। ଏହି ଚଢାଉ ଫଳରେ ସେଠାରେ ଟ୍ରକରେ ପ୍ରାୟ ଲକ୍ଷ୍ୟ ଧିକ ଟଙ୍କାର ଲୁହାପଥର ବୋଝେଇ କରି ଚୋରା ଚାଲାଣ ବେଳେ ଟ୍ରକ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ବାମେବାରୀ ପୋଲିସ ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *