Spread the love

ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ

ଅନୁଗୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ, ଅନୁଗୋଳ ଉପଜିଲ୍ଲାପାଳ ବାଇଦୁର ଦୀପ ନେତୃତ୍ଵରେ ଆଜି ଏକ ମଲ୍ଟି ସ୍କ୍ୱାର୍ଡ ଗଠନ କରାଯାଇ ଥିଲା। ରାସ୍ତାରେ ବେଆଇନ ପାର୍କିଂ, ଟ୍ରାଫିକ୍ ସମସ୍ୟା ପେଟ୍ରୋଲ ପମ୍ପ, ଗ୍ୟାସ୍ ଏଜେନ୍ସି, ହୋଟେଲ, ଜଳଖିଆ ଦୋକାନ ଅଳଙ୍କାର ଦୋକାନ, ଔଷଧ ଦୋକାନ ବିଦେଶୀ ମଦ ଦୋକାନ ଆଦି ଦୋକାନ ଗୁଡିକ ରେ ବୈଧତା ଓ ଅନିୟମିତତା କୁ ନିୟମିତ ଭାବେ ଯାଂଚ କରିବା ସହିତ ବେଆଇନ କରୁଥିବା ସଂସ୍ଥା ଉପରେ ଫାଇନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ଉପଜିଲ୍ଲାପାଳ ବାଇଦୁର ଦୀପ ସୂଚନା ଦେଇଛନ୍ତି। ଏହି ବୈଠକରେ ଡେପୁଟି କଲେକ୍ଟର ରାଜୀବ କୁମାର ବେହେରା, ଆସିଷ୍ଟାଣ୍ଡ କଲେକ୍ଟର ସୁକାନ୍ତ କୁମାର ସାହୁ, ଅନୁଗୋଳ ତହସିଲ ଦାର୍, ଫୁଡ୍ ସେପ୍ଟି ଅଫିସର ହରପ୍ରିୟା ବେହେରା, ଓଜନ ମାପ ଅଧିକାରୀ, ଡ୍ରଗ୍ ଇନ୍ସିପେକ୍ଟର, ଯୋଗାଣ ବିଭାଗ ଅଧିକାରୀ, ଅନୁଗୋଳ ଟାଉନ୍ ଥାନା ଅଧିକାରୀ, ସଦର ଥାନା ଅଧିକାରୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *