Spread the love

*ବିରିୟାନି ଖାଇ ୨୦ରୁ* *ଊର୍ଦ୍ଧ୍ୱ ଅସୁସ୍ଥ, ୧୫* *ଗୁରୁତର l*

ବିରିୟାନି ଖାଇ ୨୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ । ୧୫ ଜଣ ଗୁରୁତର ଅବସ୍ଥାରେ ଖମାର ମେଡିକାଲରେ ଭର୍ତ୍ତି । ଅସୁସ୍ଥଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି । ଏଭଳି ଘଟଣା ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଭାଲିଆବେଡ଼ା ଗ୍ରାମରେ ଘଟିଛି ସୂଚନା ଅନୁଯାୟୀ, ଗତକାଲି ଗ୍ରାମର କିଛି ଲୋକ ନିଜେ ବିରିୟାନି ପ୍ରସ୍ତୁତ କରି ଖାଇଥିଲେ । ତେବେ ଆଜି ସନ୍ଧ୍ୟାରୁ ଜଣଙ୍କ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡ଼ିଥିଲେ । ୨୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇଥିବା ବେଳେ, ୧୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଖମାର ମେଡିକାଲରେ ଭର୍ତ୍ତି କରାଯାଇଛି ।ଖାଦ୍ୟରୁ ବିଷକ୍ରିୟା ହୋଇଥିବା ସନ୍ଦେହ କରାଯାଉଛି । ତେବେ ବିରିୟାନି ଖାଇବା ପରେ ଏକାଧିକ ଲୋକ ଅସୁସ୍ଥ ହେବା ଘଟଣା ଗ୍ରାମରେ ଆତଙ୍କ ସୃଷ୍ଟି କରିଛି । ଖାଦ୍ୟରୁ ବିଷକ୍ରିୟା ନା ଅନ୍ୟ କୌଣସି କାରଣରୁ ଏଭଳି ଘଟିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ, କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *