Spread the love

ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଏବଂ ଆଧ୍ୟାତ୍ମିକ ବାଦିଙ୍କ ଏକାଦଶାହ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଓ ସ୍କରଣିକା ଅଫେରା ଯାତ୍ରୀ ଉନ୍ମୋଚିତ

ବରୀ – ବରିବ୍ଲକ ଅନ୍ତର୍ଗତ ଅଙ୍ଗାଳୋ ଠାରେ ଥିବା ଗାୟତ୍ରୀ ଭବନରେ ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ଏବଂ ଆଧ୍ୟାତ୍ମିକ ଓ ପରୋପକାରୀ ସ୍ବର୍ଗତ ପଶ୍ରୁରାମ ସାମଲଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍କୁତିସଭା ଓ ସ୍କରଣିକା ଅଫେରା ଯାତ୍ରୀ ର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ପ୍ରବୋଧ କୁମାର ସାମଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାମଲ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଜୟ କୁମାର ଓଝା, ସମିତି ସଭ୍ୟ ସନ୍ତୋଷ କୁମାର ବେଉରିଆ, ଗାୟତ୍ରୀ ପ୍ରବକ୍ତା ପିତବାସ ଦାସ, ବ୍ରହ୍ମାନନ୍ଦ ସାମଲ, ଅବସରପ୍ରାପ୍ତ ଶିକ୍ଷାବିତ ରବି ପ୍ରସାଦ ସାମଲ, ସଂଜୀବ ସେନାର ଆବାହକ ସଞିବ ଜେନା,ପୃର୍ବତନ ବିଧାୟିକା ସୁନନ୍ଦା ଦାଶ, ସମାଜସେବୀ ଦେବେନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପଶ୍ରୁରାମ ସାମଲଙ୍କ ଉପରେ ବହୁ କଥା ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଅମ୍ବିକା ପ୍ରସାଦ ସାମଲ, ଶ୍ରୀବତ୍ସ ସାମଲ, ଗୋପିନାଥ ଦାଶ, ପ୍ରହଲ୍ଲାଦ ରାୟ, ଅଟଳ ବିହାରୀ ନାୟକ, ଡ଼ଃ ଦେବପ୍ରସାଦ ସାମଲ, ପ୍ରଫୁଲ୍ଲ କୁମାର ସାମଲ,ପ୍ରତିଭା ସାମଲ, ପୀତବାସ ଦାସ, ବ୍ରହ୍ମାନନ୍ଦ ସାମଲ ପ୍ରମୁଖ ଯୋଗଦେଇ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସ୍ବର୍ଗତ ପଶ୍ରୁରାମ ସାମଲଙ୍କ ସୁପୁତ୍ର।

Leave a Reply

Your email address will not be published. Required fields are marked *