Spread the love

ଚମ୍ପୁଆ ଥାନା ଅନ୍ତର୍ଗତର ପର୍ଶଳା ରେ ଟ୍ରାକ୍ଟରଡାଲା ଓଲଟି ଜଣକର ମୃତ୍ୟୁ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ଟ୍ରାକ୍ଟର ର ଡାଲା ଓଲଟି ପଡ଼ିବାରୁ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆଥାନା ଅନ୍ତର୍ଗତ ପର୍ଶଳା ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ଇଟା ବେlଝେଇ ଟ୍ରାକ୍ଟର ଡାଲା l ଉକ୍ତ ଟ୍ରାକ୍ଟର ଡାଲାରେ ବସିଥିବା ଜଣେ ଶ୍ରମିକ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ ଓ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୣତ୍ୟୁ ହୋଇଥିବା ସୂଚନା l ଆଜି ଏକ ଇଟା ବେlଝେଇ ଟ୍ରାକଟର ମୁରୁସୁଆ ରୁ ରିମୁଳିକୁ ଯାଉଥିବା ବେଳେ ପର୍ଶଳା ଛକ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ହଠାତ୍ ଡାଲାଟି ଓଲଟି ପଡିଥିଲା l ଫଳରେ ଡାଲାରେ ବସିଥିବା ଶ୍ରମିକ ରିମୁଳି ଗ୍ରାମର ବୁଲୁ ନାଏକ ଗୁରୁତର ଆହତ ହେଇଥିଲେ ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆହତକୁ ଉଦ୍ଧାର କରି ଚିକିତ୍ସା ପାଇଁ ଚମ୍ପୁଆ ଡାକ୍ତର ଖାନା ପଠାଇ ଥିବାବେଳେ ଚିକିସ୍ଚିତ ଅବସ୍ଥା ରେ ତାର ମୣତ୍ୟୁ ଘଟିଛି l ପୁଲିସ ଉକ୍ତ ଟ୍ରାକ୍ଟର ଗାଡିକୁ ଜବତ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *