Spread the love

ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ: ଶୋକ ପ୍ରକାଶ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ବିଶ୍ୱପ୍ରସିଦ୍ଧ ନ୍ୟୁରୋସର୍ଜନ (ସ୍ନାୟୁଶଲ୍ୟ ଚିକିତ୍ସକ) ତଥା ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ଚିକିତ୍ସା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି।

ଏହି ଦୁଃଖଦ ଖବର ପାଇବା ପରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋସିଆଲ ମିଡିଆ ଯୋଗେ ଗଭୀର ଶୋକ ପ୍ରକାଶ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଡାକ୍ତର ମହାପାତ୍ରଙ୍କ ପରଲୋକ କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ସମଗ୍ର ଦେଶ ଓ ଚିକିତ୍ସା କ୍ଷେତ୍ର ପାଇଁ ଏକ ବଡ଼ କ୍ଷତି। ତାଙ୍କର ନିସ୍ୱାର୍ଥପର ସେବା ଓ ଚିକିତ୍ସା କ୍ଷେତ୍ରରେ ଥିବା ଅବଦାନ ସର୍ବଦା ପ୍ରେରଣା ଯୋଗାଇବ।

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର ଅଶୋକ ମହାପାତ୍ରଙ୍କୁ ଦେଶର ପ୍ରତିଷ୍ଠିତ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ ପ୍ରଦାନ କରାଯାଇଥିଲା। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *