Spread the love

ଶିଶୁ ଶ୍ରମମୁକ୍ତ ସଚେତନତା କାର୍ଯ୍ୟକ୍ରମ
ତାଳଚେର, ୦୨/୧୧ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ତାଳଚେର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶିଶୁଶ୍ରମ ମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପଜିଲ୍ଳାପାଳ ପ୍ରଜ୍ଞାନନ୍ଦ ଗିରି ଶିଶୁଶ୍ରମ ମୁକ୍ତ ସଚେତନତା ରଥକୁ ପତାକା ଦେଖାଇ ଉଦଘାଟନ କରିଥିଲେ । ସଚେତନତା ରଥ ସହର ପରିକ୍ରମା କରିବା ସହ ୧୪ବର୍ଷ ପୂର୍ଣ୍ଣ କରିନଥିବା ଶିଶୁଙ୍କୁ କୌଣସି ପ୍ରକାର ବୃତି ଏବଂ ପ୍ରକ୍ରିୟାରେ ତଥା ୧୫ରୁ ୧୮ବର୍ଷ କିଶୋରଙ୍କୁ ବିପଦ ସଙ୍କୁଳ ବୃତି ପ୍ରକ୍ରିୟାରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ । ଏପରିକି ଏହାକୁ ଅବମାନନା କଲେ ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ ଆଇନରେ ଦଣ୍ଡବିଧାନ ଅନୁସାରେ ୧୪ବର୍ଷରୁ କମ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଅପରାଧ, ୧୪ବର୍ଷରୁ ଉର୍ଦ୍ଧ୍ୱ ଏବଂ ୧୮ବର୍ଷ ବୟସ ପର୍ଯ୍ୟନ୍ତ କିଶୋର/କିଶୋରୀଙ୍କୁ ବିପଦସଙ୍କୁଳ କାମରେ ନିୟୋଜିତ କରିବା ନିଷେଧ, ଏଭଳି କାମରେ ନିୟୋଜିତ କରାଉଥିବା ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ଯାଏଁ ଜରିମନା ସହିତ ଜେଲଦଣ୍ଡ, ଏପରି ଭୂଲର ପୁନରାବୃତି ହେଲେ ୩ବର୍ଷ ଯାଏଁ ଜେଲଦଣ୍ଡ ସହିତ ଜରିମନା ଦେବାକୁ ପଡ଼ିବ ବୋଲି ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଓଡ଼ିଶା ସରକାରଙ୍କ ସୂତ୍ରରୁ ପ୍ରକାଶ । ଅପରପକ୍ଷେ ଶିଶୁ ଓ କିଶୋର/କିଶୋରୀ ଆମ ଦେଶର ସମ୍ପଦ, ଶିଶୁ ଶ୍ରମକୁ ପ୍ରୋତ୍ସାହନ ବା ସମର୍ଥନ କରନ୍ତୁ ନାହିଁ, ଶିଶୁ ମାନଙ୍କୁ ବିଦ୍ୟାଳୟ ପଠାଇ ଶିକ୍ଷାଧିକାର ସୁନିଶ୍ଚିତ କରାନ୍ତୁ, ଶିଶୁ ଅଧିକାର ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାନ୍ତୁ ଇତ୍ୟାଦି ଅନ୍ତର୍ଭୂକ୍ତ । ଶିଶୁ ଶ୍ରମିକ ନିୟୋଜିତ କରାଯାଇଥିବା କୌଣସି କାର୍ଯ୍ୟରେ ନଜରକୁ ଆସିଲେ ନିଃଶୁଳ୍କ ଶିଶୁ ସହାୟତା ହେଲ୍ପଲାଇନ୍ ୧୮୦୦-୩୪୫-୬୭୦୩ କିମ୍ବା ୧୦୯୮କୁ ଯୋଗଯୋଗ କରିବାକୁ ମଧ୍ୟ ଓଡ଼ିଶା ସରକାରଙ୍କ ପକ୍ଷରୁ ସୂଚିତ କରି ଦିଆଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ପୁରୁଷ, ମହିଳା ଓ ତାଳଚେର ମହାବିଦ୍ୟାଳୟର ଛାତ୍ରମାନେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *