Spread the love

ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅନିୟମିତତା ହେତୁ ଶତାଧିକ ମହିଳା ରାସ୍ତା ଅବରୋଧ

ଗୋଲାମୁଣ୍ଡା/୧୬/୫/୨୫/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଅମଠା ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଅବହେଳା ଯୋଗୁଁ ଆଜି ଶତାଧିକ ମହିଳା ଗୋରିଆ ବାଲଟି ରାସ୍ତାରେ ରଖି ରାସ୍ତା ଅବରୋଧ କରି ଥିବା ଦୃଶ୍ୟ ଦେଖିବାକୁ ମିଳୁଛି, ଫରଙ୍ଗ ଗ୍ରାମ ପଞ୍ଚାୟତ ଅଧିନରେ ବସୁଧା ଯୋଜନା ଥିବା ବେଳେ ଅମଠା କୁ ବର୍ଷ ବର୍ଷ ଧରି ପାଣି ଯୋଗାଇ ଦେବାରେ ବିଫଳ ହେବା ଦ୍ବାରା ଗ୍ରାମ ବାସୀ ଜଳକଷ୍ଟ ହେତୁ ବାଧ୍ୟ ହୋଇ ରାସ୍ତା ଅବରୋଧ କରି ଛନ୍ତି, ବନ୍ଦା ଗ୍ରାମର ନଦୀରେ RESS ରୁ ମେଘା ପ୍ରୋଜେକ୍ଟ ରୁ ସଂଯୋଗ ନ ହେବାରୁ ପଞ୍ଚାୟତ ରେ ଜଣାଇ ଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନ ଥିବାରୁ ଆଜି ଆମେ ରାସ୍ତା ଅବରୋଧ କରିଛୁ ବୋଲି ସ୍ଥାନୀୟ ମହିଳା ସୁରଙ୍ଗିନି ତାଣ୍ଡି , ନମିତା ସୁନାନୀ, ଯମୁନା ବାଗ, ଅହଲ୍ୟା ସୁନାନୀ, ଯଶୋଦା ଠାକୁର, ମାୟା ଛତ୍ରିଆ ପ୍ରମୁଖ ପାନୀୟ ଜଳର ସୁ୍ ବ୍ୟବସ୍ଥା କରିବାପାଇଁ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଙ୍କୁ ନିବେଦନ କରିଛନ୍ତି, ଓ ତାଙ୍କର ପ୍ରତି କ୍ରିୟା ପ୍ରକାଶ କରିଛନ୍ତି, ଏହି ପରିପ୍ରେକ୍ଷୀରେ ରାସ୍ତାରେ ଯାତାୟାତ କରୁ ଥିବା ଗାଡ଼ି,ମଟର ସାଇକେଲ ଠପ୍ ହୋଇଯାଇଛି, ଏଥିରେ ଆର ଡବ୍ଲୁ,ଏସ,ଏସ, ଏସଡିଓ ବିଶେଷ ମାଝୀ ସାର ଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଲେ pwd ଏସଡିଓ ଙ୍କୁ ରାସ୍ତା କାଟିବା ପାଇଁ ଅନୁମତି ମାଗିବାରୁ ଏ ପର୍ଯ୍ୟନ୍ତ ଆଦେଶ ନ ଦେବାରୁ ମେଘାପ୍ରୋଜେକ୍ଟ ରୁ ଜଳ ଯୋଗାଣରେ ଅସୁବିଧା ଦେଖା ଦେଇଛି ବୋଲି ଫୋନରେ କହିଥିଲେ,ଓ ଜେ଼ଇ ପ୍ରମୋଦ କୁମାର ପଣ୍ଡା ଧାରଣାରେ ଉପସ୍ଥିତ ରହି ଆସନ୍ତା ତିନି ଚାରି ଦିନ ମଧ୍ୟରେ ଯୋଗାଇ ଦେବା ପାଇଁ ଏକ ଲିଖିତ ଭାବେ ଦେବାରୁ ମହିଳା ମାନେ ଧାରଣାରୁ ଓହଳି ଥିଲା ଓ ସ୍ଵାଭାବିକ ଭାବେ ପୁର୍ବ ଭଳି ଯାତାୟାତ ହୋଇ ଥିଲା,ଧର୍ମଗଡ଼ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Leave a Reply

Your email address will not be published. Required fields are marked *