Spread the love

ନର୍ସିଂ କଲେଜରେ ଆନ୍ତର୍ଯ୍ୟାତିକ ସେବିକା ଦିବସ ସହ ବାର୍ଷିକୋତ୍ସବ ପାଳିତ

କୁଚିଣ୍ଡା:୧୬/୫: କୁଚିଣ୍ଡା ସ୍ଥିତ ଆଦିବାସୀ ଭବନ ପରିସରରେ ବାଲମତୀ – ଦେହୁରୀ ନର୍ସିଂ କଲେଜ ପକ୍ଷରୁ ଅନତର୍ଯ୍ୟତିକ ସେବିକ ଦିବସ ସହ ଅନୁଷ୍ଠାନ ର ବାର୍ଷିକୋତ୍ସବ ମଧ୍ୟ ପାଳିତ ହୋଇ ଯାଇଛି ।ଅନୁଷ୍ଠାନ ର ସଭାପତି ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ରେ ବରିଷ୍ଠ ଡ଼ାକ୍ତର ଶରତ ଚନ୍ଦ୍ର ଗୌନ୍ତିଆ ଉଦଘାଟନ ,କୁଚିଣ୍ଡା ଉପଖଣ୍ଡ ର ଏସ. ଡି .ଏମ. ଓ. ଡ଼ାକ୍ତର ସୁବୋଧ କୁମାର ନାୟକ ମୁଖ୍ୟ ଅତିଥି ଓ ଡ଼ାକ୍ତର ସତ୍ୟବ୍ରତ ଦୋରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଦିବସ ର ମାହାତ୍ମ୍ୟ ସମ୍ପର୍କରେ ଉଦବୋଧନ ଦେବା ସହ ସେବିକା ବୃତ୍ତି ଏକ ମହାନ୍ ବୃତ୍ତି ବୋଲି ପ୍ରକାଶ କରିଥିଲେ । ଅନୁଷ୍ଠାନର ନିର୍ଦେଶକ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ବାର୍ଷିକ ବିବରଣୀ ଉପସ୍ଥାପନା କରିବା ସହ ଦିବସ ର ମାହାତ୍ମ୍ୟ ସମ୍ପର୍କରେ କହିଥିଲେ ।ଅନୁଷ୍ଠାନର ଅଧ୍ୟକ୍ଷା ସିଲିକି ମହାକୁଲ ସ୍ଵାଗତ ଭାଷଣ ଓ ଅଧ୍ୟାପିକା ସାଲିନା ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ ।କୁଚିଣ୍ଡାର ଜଣେ ଅଗ୍ରଣୀ ସେବୀକା ନିନା ପଟେଲ ଏହି ଅବସରରେ ସମସ୍ତ ଜି ଏନ ଏମ ଛାତ୍ରୀ ମାନଙ୍କୁ ଟୋପି ପ୍ରଦାନ କରିବା ସହ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ ।ମୁଖ୍ୟଅତିଥି ଡ . ନାୟକ ବିଗତ ବର୍ଷର ଟପ୍ପର ହୋଇଥିବା ଛାତ୍ରୀ ସୁମିତା ଟପୋ ଙ୍କୁ ଅଙ୍ଗ ବସ୍ତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ ।ଏହା ବ୍ୟତୀତ ଫ୍ଲୋରେନ୍ସ ନାଇଟିଙ୍ଗେଲ ଙ୍କ ଜୀବନୀ ଉପରେ ବକ୍ତୃତା ପ୍ରତିଯୋଗିତା , ମଦର ଟେରେସାଙ୍କ ଉପରେ ପ୍ରବନ୍ଧ ପ୍ରତିଯୋଗିତା, ନାଚ ,ଗୀତ ଓ ମେହେନ୍ଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପ୍ରମାଣ ପତ୍ର ଓ ମେଡେଲ ଦେଇ ଅତିଥି ଗଣ ପୁରସ୍କୃତ କରିଥିଲେ ।ଛାତ୍ରୀ ସୋକିନି ମହାନନ୍ଦିଆ ଓ ନିଳୀମା ମିର୍ଦ୍ଧା ଙ୍କ ପରିଚାଳନାରେ ଛାତ୍ରୀ ମାନେ ଅତିଥି ଗଣଙ୍କ ସହ ଅନୁଷ୍ଠାନର କର୍ମକର୍ତ୍ତା, ଅଧ୍ୟକ୍ଷା ଓ ଅଧ୍ୟାପିକା,ଅଧ୍ୟାପକ ତଥା ଅଣ ଶିକ୍ଷକ କର୍ମଚାରୀ ଗଣଙ୍କୁ ଅଙ୍ଗବସ୍ତ୍ର ଓ ଫୁଲ ତୋଡା ଦେଇ ସମ୍ମାନିତ କରି ଥବା ବେଳେ ତାଙ୍କରି ସଂଯୋଜନାରେ ହିଁ ଆକର୍ଷଣୀୟ ନାଟକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।ଶେଷରେ ଅଧ୍ୟାପିକା ତନୁଶ୍ରୀ ସେଠ ଧନ୍ୟବାଦ୍ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟାପିକା ପଲ୍ଲବୀ ତଣ୍ଡିଆ ଓ ଅଧ୍ୟାପକ ପ୍ରଦୀପ କୁମାର ଦାସ ଙ୍କ ସଂଯୋଜନାରେ ଫ୍ଲୋରେନ୍ସ ନୈତିଙ୍ଗେଲ ଓ ମଦର ଟେରେସା ଙ୍କ ଜୀବନୀ ଆଧାରିତ ସ୍ଵାଗତ ସଙ୍ଗୀତ ଓ ସ୍ଵାଗତ ନୃତ୍ୟ ମାଧ୍ୟମରେ ଛାତ୍ରୀ ଗଣ ସମସ୍ତଙ୍କୁ ସ୍ଵାଗତ କରିଥିଲେ ।

Leave a Reply

Your email address will not be published. Required fields are marked *