Spread the love

ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ

ଲାଉଲଇ ସ୍ଥିତ “ପ୍ରିୟ” ଫିସିଓଥେରାପି ସେଣ୍ଟର ଠାରେ ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ “ପ୍ରିୟ” ର ନିର୍ଦେଶକ ଟଙ୍କଧର ବାରିକ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ଆରମ୍ଭ କରିଥିଲେ। ଫିସିଓଥେରାପିଷ୍ଟ ନିବେଦିତା ନାୟକ, ସାହିଲ ଆଫ୍ରିଡ, ସତ୍ୟପ୍ରକାଶ ନାୟକ ଯୋଗଦେଇଥିଲେ। CP ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ଥେରାପି ଅଭ୍ୟାସ ବଜାୟ ରଖିବାକୁ ନିବେଦିତା ନାୟକ ଅଭିଭାବକ ମାନଙ୍କୁ ବୁଝାଇ କହିଥିଲେ। ଶିଶୁ ମାନଙ୍କର ସଠିକ୍ ଯତ୍ନ ନେବା , ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ ଫିସିଓଥେରାପିଷ୍ଟ ସାହିଲ୍ ଆଫ୍ରିଦ୍ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ଡ଼ା.ହରିହର ଦାସ ଙ୍କ ଦ୍ଵାରା ସମସ୍ତ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ପ୍ରୋଟିନ, ବିସ୍କୁଟ ଓ ଔଷଧ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯକ୍ରମ ଟିକୁ “ପ୍ରିୟ” ର ସମସ୍ତ କର୍ମକର୍ତ୍ତା ତଥା ଇଲନ ପ୍ରଭା ସେନାପତି, ଅନ୍ନପୂର୍ଣ୍ଣା ଧଳ, ସୋନାଲି ଧଳ,ସ୍ୱାଗତିକା ରାଉତ, ଲକ୍ଷ୍ମୀପ୍ରିୟା ନାୟକ, ରବୀନ୍ଦ୍ର କୁମାର ସାମଲ,ବୈକୁଣ୍ଠ ନାଥ ପାତ୍ର,ପର୍ଶୁରାମ ଦାସ, ପ୍ରକାଶ ସାମଲ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *