Spread the love

ବୁଢ଼ାରଜା ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ସକାଳ ଜଳଖିଆ ସହ ମଧ୍ୟାହ୍ନ ଓ ରାତ୍ରି ଭୋଜନ ବିତରଣ

ଓଡ଼ିଶା ସରକାରଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଯୋଜନା ଅନ୍ତର୍ଗତ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଶ୍ଵନାଥପୁର ଠାରେ ଡ଼ା.ତତେଶ୍ୱର ନାୟକ, ଭାରପ୍ରାପ୍ତ ବ୍ଲକ୍ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଅନ୍ତବିଭାଗ ରୋଗୀମାନଙ୍କୁ ଜୟ ବୁଢ଼ାରଜା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ସକାଳ ଜଳଖିଆ ସହ ମଧ୍ୟାହ୍ନ ଓ ରାତ୍ରି ଭୋଜନ ବିତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରୋଗୀ କଲ୍ୟାଣ ସମିତିର ସଦସ୍ୟ ଜଗଦୀଶ ବେନିଆଁ,ସ୍ବାସ୍ଥ୍ୟ ଅଧିକାରୀ ଡ଼ା.ହରି ଶଙ୍କର ମହାନ୍ତି,ବ୍ଲକ୍ କାର୍ଯ୍ୟ ପରିଚାଳକ ଶ୍ରୀ ମାନସ୍ ନୟନ ସ୍ୱାଇଁ, ବ୍ଲକ୍ ହିସାବ ପରିଚାଳକ ଶ୍ରୀ ମିତ୍ରଭାନୁ ଦାସ୍ ଏବଂ ଉକ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ସମସ୍ତ ମାନେ ଉପସ୍ଥିତ ରହିଥିଲେ। ଆଗାମୀ ଦିନ ମାନଙ୍କରେ କିଭଳି ଭାବେ ରୋଗୀ ମାନେ ଭୋଜନ ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇପାରିବେ ସେଥି ପାଇଁ ମଧ୍ୟ ଆସିଥିବା ରୋଗୀ ସମେତ ଜନ ସାଧାରଣ ମତାମତ ରଖିଥିଲେ। କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *