Spread the love

ବୃକ୍ଷ ଟି ର ସୁରକ୍ଷା ଆମର ଦାୟିତ୍ବ= ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

**********। ବର୍ଷା ଦିନ ଗଛ ଟିଏ ଲଗାଇବା ପାଇଁ ଅନୁକୂଳ ପରିବେଶ ହୋଇଥାଏ। ଏହି ସମୟ ରେ ବହୁତ ସ୍ଥାନ ରେ ବୃକ୍ଷ ରୋପଣ କରାଯାଇଥାଏ। ବିଭିନ୍ନ ସ୍ଥାନ ରେ ବୃକ୍ଷ ରୋପଣ କରି ସାରିବା ପରେ ଏହାର ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ଅଟେ କିନ୍ତୁ ଏହି ବାର୍ତ୍ତା କୁ କେହି ପାଳନ କରନ୍ତି ନାହିଁ। ଯାହା ପାଇଁ ଆଜି ପରିବେଶ ସନ୍ତୁଳନ ହରାଇଛି। ଯଦି ଆମେ ଏହି କଥା ଟି କୁ ପାଳନ କରନ୍ତେ ତେବେ ଅନେକ ବୃକ୍ଷ ବଞ୍ଚନ୍ତା। ଏହି ଦୃଷ୍ଟି ରୁ ସାମାଜିକ ସଙ୍ଗଠନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଆଜି ନୂତନ ଚିନ୍ତାଧାରା ପ୍ରଥମ ପର୍ଯ୍ୟାୟ ରେ ପୂର୍ବ ବର୍ଷ ଲଗାଯାଇଥିବା ଏକ ଶତ ବୃକ୍ଷ ର ଯତ୍ନ ନେବା ଆରମ୍ଭ କରିଥିଲେ। ଆଜି ଟ୍ରଷ୍ଟ ର ସଦସ୍ୟ ମାନେ ମିଶି କେନ୍ଦ୍ରାପଡ଼ା ଜିଲ୍ଲାର ଏକ ନମ୍ବର ବ୍ଲକ ର ଏକ କିଲୋମିଟର ଦୂରରେ ଅବସ୍ଥିତ ସାଇପିନ ପାର୍ଶ୍ଵ ରେ ଲଗାଯାଇଥିବା ଗଛ ଗୁଡ଼ିକୁ ଘାସ ସଫା କରି, କୋଡ଼ି ଓ ସାର ଦେଇ ଆଗକୁ ମହାଦ୍ରୁମ ରେ ପରିଣତ କରିବାକୁ ସଂକଳ୍ପ ନେଇଥିଲେ। ଏହି କାର୍ଯ୍ୟ ରେ ସହଯୋଗୀ ବନ୍ଧୁ ଥିଲେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ରଶ୍ମି ରଞ୍ଜନ ବାରିକ, କେଦାର ସ୍ବାଇଁ, ନିଗମ ସାହୁ, ସୂର୍ଯ୍ୟକାନ୍ତ ପରିଡ଼ା, କାଳନ୍ଦୀ ମଲ୍ଲିକ, ସୁନିଲ ଦାସ, ନିହାର ସାହୁ , ମନୋଜ ବିଶ୍ଵାଳ ଓ ଦୀପକ ରଞ୍ଜନ ରାଉତ ।

Leave a Reply

Your email address will not be published. Required fields are marked *