Spread the love

( ବୃତ୍ତିରେ ଶିକ୍ଷକ, ହେଲେ ନିଶାରେ ହସ୍ତକଳା ର ଜୀବନ୍ତ କାରିଗର =ସିଂଗ୍ଧା ସ୍ୱୟଂପ୍ରଭା ଦାଶ )

ଜଗତସିଂହପୁର
ତା =19/9/23
ଜଗତସିଂହପୁର ବ୍ଲକ ଯଶୋବନ୍ତପୁର ଗ୍ରାମର ସୁକାନ୍ତ କୁମାର ଦାଶ ଙ୍କ ଝିଅ ସିଗ୍ଧା ସ୍ୱୟଂପ୍ରଭା ଦାଶ ପିଲାଟି ବେଳୁ ପାଠ ପଢିବା, କବିତା, ଗଳ୍ପ ଲେଖିବା , ଗୀତ ଗାଇବା ଏବଂ ଚିତ୍ରାଙ୍କନ କରିବା ପ୍ରତି ମନରେ ଥିଲା ଅନେକ ଆଗ୍ରହ |ଦୃଢ଼ ଇଚ୍ଛାଶକ୍ତି ଆଗରେ ବାପା, ମା ଙ୍କ ଆଶ୍ରିବାଦ ଶେଷରେ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଅନେକ ପ୍ରେରଣା ଯୋଗାଇଥିଲା | ପିଲାଟି ବେଳରୁ ହସ୍ତକଳା ର କାରୁକାର୍ଯ୍ୟ ସତରେ ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରୁଥିଲା | ଘରେ ଥିବା ଅଦରକାରୀ ସାମଗ୍ରୀ କୁ ସଂଗ୍ରହ କରି ସେଥିରେ ବିଭିନ୍ନ ମୂର୍ତ୍ତି ନିର୍ମାଣ କରିବା, ଅନେକ ଆକର୍ଷଣୀୟ ଉପହାର ପ୍ରସ୍ତୁତ କରି ତାହାକୁ ଜୀବନ୍ତ ରୂପ ଦେବା ଏବଂ ତାହାର ପ୍ରଚାର ପ୍ରସାର ନିମିତ୍ତ ଏକ ୟୁଟୁବ ଚ୍ୟାନେଲ ଖୋଲି ଯୁବ ପିଢ଼ିକୁ ହସ୍ତଶୀଳ୍ପ ପ୍ରତି ପ୍ରେରଣା ଦେବା, ଜନ୍ମଦିନ, ସଭାସମିତି ରେ ବନ୍ଧୁଙ୍କୁ ହସ୍ତ ଶିଳ୍ପ ରେ ନିର୍ମିତ ଆକର୍ଷଣୀୟ କାରୁକାର୍ଯ୍ୟ ସାମଗ୍ରୀ ଉପହାର ଦେବା ଭଳି ପ୍ରଶଂସନୀୟ କାର୍ଯ୍ୟକରି ଜ଼ିଲ୍ଲା ଓ ରାଜ୍ୟ ରେ ଅନେକ ବାର ସଂମ୍ମାନିତ ହୋଇଛନ୍ତି | ଏହା ସିଗ୍ଧା ସ୍ୱୟଂ ପ୍ରଭା ଙ୍କ ଏକ ନିଶା ରେ ପରିଣତ ହୋଇଛି | ଆଜି ର ଯୁବପିଢ଼ି ହସ୍ତଶୀଳ୍ପ ପ୍ରତି ଅନୁପ୍ରାଣିତ ହୋଇ ଦେଶ ବିଦେଶରେ ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *