Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବୃଦ୍ଧାଶ୍ରମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

 

ଜେ ବି ଏନ, ୨୪/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ /କାମାକ୍ଷାନଗର: ୨୪-୦୩-୨୦୨୧ ଆଜି “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ଜିରୀଡାମାଳି ସ୍ଥିତ ବରିଷ୍ଟ ନାଗରିକ ଗୃହ ବୃଦ୍ଧାଶ୍ରମ ଠାରେ “ଯୁବଶକ୍ତି” ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଆଜିର ସମାଜ ବଡ଼ ବିଚିତ୍ର ଯେଉଁ ମା ମାନେ ନିଜ ଜନ୍ମ କଲା ପୁଅ ଝିଅ ଙ୍କୁ ଦଶ ମାସ ଗର୍ଭ ରେ ଧରି ବହୁତ କଷ୍ଟ ଯନ୍ତ୍ରଣା ପାଇ ପୃଥିବୀ ପୃଷ୍ଠ କୁ ଆଣିଥିଲା, କଣ ଶେଷରେ ବୃଦ୍ଧାଶ୍ରମରେ ରହିବା ପାଇଁ, ଆଜିର ଦୁନିଆ ର ଧନ୍ୟ ପୁଅ ବହୁ, ଜନ୍ମକଲା ପୁଅ ଝିଅ ଙ୍କ ପାଇଁ ବାପା ମା କେତେ ଲାଳନ ପାଳନ ଓ ସମସ୍ତ ଅଳି ଗାଳି ଏବଂ ସମସ୍ତ ଇଚ୍ଛା ପୂରଣ କରିଥିଲେ, ପାଠ ପଢେଇ ବଡ଼ ମଣିଷ କରିଥିଲେ, କଣ ଏହି ବୃଦ୍ଧାଶ୍ରମ ରେ ରହିବା ପାଇଁ, ଏଣୁ ସମସ୍ତଙ୍କୁ ମୋର ନିବେଦନ କୌଣସି ଭି ବୃଦ୍ଧା ବୃଦ୍ଧ ବାପା ମା ଙ୍କୁ ବୃଦ୍ଧ ପରିଣତ ବୟସରେ ସେମାନଙ୍କ ପ୍ରତି ଅନ୍ୟାୟ କରନ୍ତୁ ନାହିଁ, ସେମାନଙ୍କର ସମସ୍ତ ଭଲ ମନ୍ଦ ର ଯତ୍ନ ନିଅନ୍ତୁ, ଆମର ମାନସିକ ସ୍ତରରେ ପରିବର୍ତ୍ତନ ଆଣିବା ପାଇଁ ପଡିବ, କାହିଁକି ନା ଆଜି ଯଦି ଆମେ ବୃଦ୍ଧା ବୃଦ୍ଧ ମାନଙ୍କ ପାଇଁ କୌଣସି ସେବା କିମ୍ବା ଯତ୍ନ ନେଉ ନାହାଁନ୍ତି କିମ୍ବା ନାନା ପ୍ରକାର ର ହଇରାଣ କରୁଅଛିନ୍ତି, ଆଗାମୀ ଦିନରେ କୁନି କୁନି ପିଲାମାନେ କଣ ଶିକ୍ଷା ଲାଭ କରିବେ, ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ, ଶେଷରେ ସମସ୍ତ ବୃଦ୍ଧା ବୃଦ୍ଧ ମଉସା ମାଉସୀ ଙ୍କୁ ରନ୍ଧା ଖାଦ୍ୟ ଦିଆ ଯାଇଥିଲା, ଏହି କାର୍ଯ୍ୟକ୍ରମ ରେ “ଯୁବଶକ୍ତି” ଦୁଷ୍ମନ୍ତ କୁମାର ସାହୁ, ରୁଦ୍ର ସାହୁ, ବାପି ସାହୁ, ସୁମନ୍ତ ସାହୁ, ନଭେନ୍ଦୁ ସାହୁ,ସାମିଲ ଥିଲେ l