Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଗଡିଲା ଯକ୍ଷ୍ମା ସମ୍ପର୍କିୟ ସଚେତନତା ରଥ

ଜେ ବି ଏନ, ୨୪/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ  ବିଶ୍ବ ଯକ୍ଷ୍ମା ଦିବସ ଅବସରରେ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସବୁଜ ପତାକା ଦେଖାଇ ଯକ୍ଷ୍ମା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାବାସୀଙ୍କୁ ଯକ୍ଷ୍ମା ରୋଗ ର କାରଣ ଓ ନିରାକରଣ ସମ୍ପର୍କରେ ସଚେତନ କରିବା ସହିତ ଜିଲ୍ଲା ର ସମସ୍ତ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ମାଗଣାରେ ପରୀକ୍ଷା, ଚିକିତ୍ସା ସହ ପୃଷ୍ଟିକର ଖାଦ୍ୟ ପାଇଁ ସହାୟତା ଉପଲବ୍ଧ ସେକଥା ଜଣାଇବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏ ବର୍ଷ ର ବାର୍ତ୍ତା ରହିଛି ” ଯକ୍ଷ୍ମା ହାରିବ, ଦେଶ ଜିତିବ” । ଜିଲ୍ଲାରେ ୨୦୧୮ମସିହାରେ ୧୧୬୦ ଜଣ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିଲେ । ସେହିପରି ୨୦୧୯ ରେ ୧୨୩୫ ଜଣ ଏବଂ ୨୦୨୦ ରେ ୯୯୨ ଜଣ ଚିହ୍ନଟ ହୋଇଥିବା, ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ପ୍ରକାଶ । ୨୦୧୯ ମସିହାରେ ଜିଲ୍ଲାର ୬ ଜଣ ବ୍ୟକ୍ତି ଯକ୍ଷ୍ମା ରୋଗରେ ପିଡିତ ହୋଇ ମୃତ୍ୟୁ ବରଣ କରିଥିଲା ବେଳେ ୨୦୨୦ ମସିହାରେ ୨ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଶୁଭାରମ୍ଭ ସମୟରେ ସିଡିଏମଓ ଡ଼ା ଅଭୟ କୁମାର ଦାଶ, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ଼ା ବିଶ୍ବ ବିହାରୀ ମହାନ୍ତି, ଏଡିଏମଓ (ମେଡିକାଲ) ଡ଼ା ମାନସ ରଞ୍ଜନ ବିଶ୍ବାଳ, ଏଡିଏମଓ (ପିଏଚ) ଡ଼ା ଧନଞ୍ଜୟ ବେହେରା, ଡିପିଏମ ବିଶ୍ବ ରଞ୍ଜନ ରଥ, ଡିପିସି ବାବୁଲି କୁମାର ପ୍ରଧାନ, ପିପିଏମସି ସୁନୀଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।