Spread the love

ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ଦୁଇ ଗୁରୁତର ଆହତ

ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା କରି ରଙ୍ଗ୍ ରୁଟ୍ ରେ ଆସି ବାଇକ୍ କୁ ଧକ୍କା ଦେଇ ୨୦୦ ମିଟର ଯାଏଁ ଘୋଷାରୀ ନେଲା ଟ୍ରେଲର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ NH 20 ପର୍ଶଳା ଛକ ନିକଟରେ ଘଟିଛି ଏହି ମର୍ମନ୍ଦୂତ ଦୁର୍ଘଟଣା । ଏଥିରେ ୨ ବାଇକ୍ ଆରୋହୀ ଗୋପୀନାଥପୁର ଗାଁର ସରୋଜ ବୈଦ୍ୟ ଓ ନିଶ୍ଚିନ୍ତପୁର ଅଞ୍ଚଳର ହେମନ୍ତ ମହାନ୍ତ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏମାନଙ୍କୁ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଟ୍ରେଲରଟି ରଙ୍ଗ୍ ରୁଟ୍ ରେ ଆସି ବାଇକ୍ କୁ ଧକ୍କା ଦେବାପରେ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାରୀ ନେଇଥିଲା । ତେବେ ଟ୍ରେଲର ଡ୍ରାଇଭର ଗାଡି କୁ ଛାଡ଼ି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତେଜିତ ଲୋକେ ରାସ୍ତା ଅବରୋଧ କରିଥିଲେ ଯାହାପାଇଁ କିଛି ସମୟ ପାଇଁ ଉକ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ତେବେ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଵୁଝାସୁଝା କରିବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *