Spread the love

ପୁରୀ: ସଦର ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବୋର୍‌ୱେଲ୍‌ରେ ପଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ମୃତ ଶିଶୁ ଜଣକ ସ୍ଥାନୀୟ ନରେନ୍ଦ୍ର କୋଣ ମଙ୍ଗଳାସାହି ଅଞ୍ଚଳର ଅଜୟ ନାୟକଙ୍କ ଦେଢ଼ ବର୍ଷ ବୟସର ଶିଶୁକନ୍ୟା ସମାୟିରା ନାୟକ ବୋଲି ଜଣାଯାଇଛି। ପ୍ରକାଶ ଯେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ୨ଶହ ଶଯ୍ୟା ବିଶିଷ୍ଟ କୋଠା ନିର୍ମାଣ ହେଉଛି।

ଏହି କୋଠା ପାଇଁ ପାଣି ଯୋଗାଇବାକୁ ବୋରୱେଲ ଖୋଳା ହେଉଛି। ତେବେ ସମାୟିରା ରାୟବାହାଦୂର ଲେନ୍‌ରେ ଥିବା ମାମୁଁ ଘରକୁ ବୁଲିବାକୁ ଯାଇଥିଲାବେଳେ ଚିକିତ୍ସାଳୟର ନିର୍ମାଣାଧୀନ କୋଠା ପାଖରେ ଖେଳୁଥିଲା। ଆଜି ଅପରାହ୍ଣ ସମୟରେ ସମାୟିରା ଉକ୍ତ ବୋର୍‌ୱେଲ୍‌ରେ ଗଳି ପଡ଼ିଥିଲା। ପରିବାର ଲୋକେ ଶିଶୁକୁ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ଶିଶୁକନ୍ୟାଟି ବୋରୱେଲ୍‌ରେ ଖସିପଡ଼ିଥିବା ଦେଖିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଟିମ୍ ଏବଂ ଉଦ୍ଧାରକାରୀ ଦଳ ବୋରୱେଲରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଥିଲେ। ତେବେ ଏହି ଅପ୍ରୀତିକର ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲ।

Leave a Reply

Your email address will not be published. Required fields are marked *