Spread the love

କାମାକ୍ଷାନଗର ଅବକାରୀ ବିଭାଗର ବଡ ସଫଳତା । ୬୮୦ ଗ୍ରାମର ବ୍ରାଉନସୁଗାର ଜବତ ହଇଛି । ଯାହାର ଆନୁମାନିକ ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବାର ସୂଚନା ମିଳିଛି । ଏନେଇ ଖବର ପାଇ କାମାକ୍ଷାନଗର ସହରର ମୁଣ୍ଡିଦେଉଳି ସାହିରେ ବ୍ରାଉନ ସୁଗାର କାରବାର ନେଇ ଚଢାଉ କରିଥିଲା ଅବକାରୀ ବିଭାଗର ଦୁଇଟି ଟିମ । ଗିରଫ ଦୁଇଜଣ ମା ଓ ପୁଅ ହୋଇଥିବା ବେଳେ ଚଢାଉ ବେଳେ ଅନ୍ୟ ଜଣେ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କହିଛି ଅବକାରୀ ବିଭାଗ ।ଅବକାରୀ ବିଭାଗକୁ ଚକମା ଦେଇ ବହୁ ଦିନ ହେଲା ବ୍ୟବସାୟ କରୁଥିଲେ। ରାଜ୍ୟ ବାହାରର ବେପାରୀଙ୍କ ସହିତ ସଂପର୍କ ଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *