Spread the love

‘ଭଗିନୀ ନିବେଦିତାଙ୍କ ଜୀବନ ଓ ଦର୍ଶନ’ବିବେକାନନ୍ଦ ଲୋକ ସଂସଦ ପକ୍ଷରୁ ଆଭାସୀ ଆଲୋଚନାଚକ୍ର

ତାଳଚେର, ୦୫/୦୬ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଅନୁଗୋଳ ବିଚାରଧାର ଶାଖା ପକ୍ଷରୁ ୫୮ତମ ଆଭାସୀ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଅନୁଗୋଳ ଶାଖାର ସଭାପତି ତଥା ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠଚକ୍ରରେ ଆଲୋଚକ ଭାବରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ବିଚାରଧାରା ବିଭାଗର ରାଜ୍ୟ ଉପସଭାପତି ସୁସାହିତ୍ୟିକ ତଥା ପ୍ରାବନ୍ଧିକ ଡ.ଛାୟାକାନ୍ତ ଷଡ଼ଙ୍ଗୀ ଯୋଗ ଦେଇ ‘ଭଗିନୀ ନିବେଦିତାଙ୍କ ଜୀବନ ଓ ଦର୍ଶନ’ ଶୀର୍ଷକ ଆଭାସୀ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ସ୍ୱାମୀ ବିବେକାନନ୍ଦଙ୍କ ପଟ୍ଟଶିଷ୍ୟା ଭଗିନୀ ନିବେଦିତା ଏକାଧାରାରେ ଜଣେ ସମାଜ ସଂସ୍କାରକ, ଶିକ୍ଷୟତ୍ରୀ, ଲେଖିକା ତଥା ସମ୍ପାଦିକା ଥିଲେ । ଏହାସହିତ ଭାରତର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ବିଦେଶୀମାନଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ ବୋଲି ଆଲୋଚକ ଶ୍ରୀ ଷଡ଼ଙ୍ଗୀ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଭୂତି ଭୂଷଣ ସ୍ୱାଇଁ ବିବେକାନନ୍ଦଙ୍କ ଦିବ୍ୟବାଣୀ ପାଠ କରିଥିବା ବେଳେ ବଟକଷ୍ଣ ତ୍ରିପାଠୀ ଓଁକାର ବନ୍ଦନା କରିଥିଲେ । କବୟତ୍ରୀ ଅନୀତା ପାଣି କାର୍ଯ୍ୟକ୍ରମକୁ ସଂଯୋଜନା କରିଥଲେ । ଭବାନୀ ଶଙ୍କର ମିଶ୍ର ଶାନ୍ତିପାଠ କରିଥିଲେ । ଶେଷରେ ଅଧ୍ୟାପକ ନରେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପାଠ୍ୟଚକ୍ରରେ ବିବେକାନନ୍ଦ ଲୋକ ସଂସଦ, ଅନୁଗୋଳ ଶାଖାର ଉପସଭାପତି ଶିକ୍ଷାବିତ୍ ପ୍ରତାପ କୁମାର ତ୍ରିପାଠୀ, ସଂପାଦକ କୃଷ୍ଣଚନ୍ଦ୍ର ସାହୁ, ବାମାକାନ୍ତ ଗଡ଼ନାୟକ, ହରେକୃଷ୍ଣ ଗିରି, ଦେବେନ୍ଦ୍ର ବିଜୟ ସାହୁ, କବିରାଜ ଭୋଇ, ନିର୍ମଳା ମହାପାତ୍ର, ପଦ୍ମାବତୀ ମହାପାତ୍ର, ସଂକର୍ଷଣ ଶତପଥୀ, ଅଭୟ ସୂତାର, ବିପିନ ଶତପଥୀ, କିଶୋର ମହାନ୍ତି, ତରଙ୍ଗୀଣୀ ମହାପାତ୍ର, ଉଷାରାଣୀ ମିଶ୍ର, ବିଶ୍ୱରଞ୍ଜନ ପ୍ରଧାନ, ନରହରି ମିଶ୍ରଙ୍କ ସମେତ ବହୁ ସଦସ୍ୟ,ସଦସ୍ୟା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *