*ଭଟଲି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ – ସୁରଭି ଅନୁଷ୍ଠିତ*

ଭଟଲି (ଅଭିମନ୍ୟୁ ପଧାନ ):- ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଆଶ୍ରମ ବିଦ୍ୟାଳୟରେ ଭଟଲି କ୍ଲଷ୍ଟର ଶିକ୍ଷା ପରିବାର ପକ୍ଷରୁ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ – ସୁରଭି ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଉଚ୍ଛବ ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ପ୍ରତିନିଧି ପ୍ରହଲ୍ଲାଦ ପ୍ରଧାନ,ସମ୍ମାନିତ ଅତିଥି ଭାବରେ ସତିହାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନା, କେଶାଇପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ଆତ୍ମାରାମ ଭୋଇ,ସରକାରୀ ହାଇସ୍କୁଲ ବଡମାଳର ପ୍ରଧାନ ଶିକ୍ଷକ ସଞ୍ଜୟ ଖମାରୀ,ଡବ୍ଲୁଇଓ ନୀଳିମା ଧରୁଆ ଯୋଗ ଦେଇଥିଲେ।ପ୍ରାରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ଅତିଥିବୃନ୍ଦ ବାଗଦେବୀ ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସି ଆର ସି ସି ଲୋକନାଥ ମେହେର ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଶିକ୍ଷକ ଅଗସ୍ତି ପ୍ରଧାନ ସଭା ସଂଯୋଜନା କରିଥିଲେ। ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ସୁରଭି ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ଅତିଥିବୃନ୍ଦ ମତ ବ୍ୟକ୍ତ କରିଥିଲେ।ଏହି ଶିଶୁ ମହୋତ୍ସବରେ ଭଟଲି କ୍ଲଷ୍ଟର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରବନ୍ଧ ଲିଖନ,ସୃଜନଶୀଳ ଲିଖନ,ବକ୍ତୃତା,ଚିତ୍ରାଙ୍କନ, ସଂଗୀତ ଓ ନୃତ୍ୟ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ ଯୋଗ ଦେଇଥିବା ବେଲେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ମଳୟ କୁମାର ଶତପଥୀ,ଅତିରିକ୍ତ ତହସିଲଦାର ଭୂପେଶ ପାଢ଼ୀ,ଏବିଇଓ ରୀତାରାଣୀ ତ୍ରିପାଠୀ, ସି ଆର ସି ସି ଲୋକନାଥ ମେହେର ଓ ଗୋପାଳପୁର ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଉଚ୍ଛବ ଭୁଏ ମଞ୍ଚାସୀନ ଥିବାବେଳେ ଭଟଲି ଅଞ୍ଚଳର ସମସ୍ତ ସାମ୍ବାଦିକ ପ୍ରତିନିଧିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ଓ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ଶିକ୍ଷକ ଅଷ୍ଟମନ୍ୟୁ ବାରିକ ଧନ୍ଯବାଦ ଅର୍ପଣ କରିଥିଲେ।

