Spread the love

ଭଟଲି ଶ୍ରୀ ଶ୍ୟାମବିହାରୀଙ୍କ ଜନ୍ମୋତ୍ସବ ପାଳିତ

ଭଟଲି (ଅଭିମନ୍ୟୁ ପଧାନ ):- ଭଟଲି କୁଶନପୁରୀ ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ୟାମ ବିହାରୀଜୀଙ୍କ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରଗଡ଼ସ୍ଥିତ ସ୍ବୟଂସିଦ୍ଧା ଭବନରୁ ଭଟଲି ଧାମ ପର୍ଯ୍ୟନ୍ତ ବହୁ ଶ୍ରଦ୍ଧାଳୁଙ୍କ ଶ୍ରୀ ଶ୍ୟାମ ବିଶାଳ ନିଶାନ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ମାନସିକ ରଖିଥିବା ଭକ୍ତମାନେ ନିଶାନ ବା ଧ୍ବଜ ଧରି ଦୀର୍ଘ ୧୭ କିଲୋମିଟର ରାସ୍ତା ଚାଲିଚାଲି ଆସି ପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେହିପରି ଛତିଶଗଡ଼ ପଟରୁ ମଧ୍ୟ ନିଶାନ ନେଇ ପଦଯାତ୍ରାରେ ଭଟଲି ପହଞ୍ଚିଥିଲା | ନିଶାନ ଧରି ଆସୁଥିବା ପଦଯାତ୍ରୀ ଭକ୍ତମାନଙ୍କ ପାଇଁ ବିଭିନ୍ନ ଅନୁଷ୍ଠାନ, ମଣ୍ଡଳ ତଥା ସାମାଜିକ କର୍ମୀମାନେ ରାସ୍ତାରେ ଜଳପାନ ବ୍ୟବସ୍ଥା କରାଯାଇଥିଲେ । ଏହି ଅବସରରେ ଶ୍ରୀ ଶ୍ୟାମ ବିହାରୀଜୀଙ୍କ ଭବ୍ୟ ଆଲୌକକ ଶୃଙ୍ଗାର ହୋଇଥିଲା। ମନ୍ଦିର ପରିସରକୁ ସଜଫୁଲ ତଥା ଆଲୋକରେ ଆକର୍ଷଣୀୟ ଭାବରେ ସଜାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ଭଜନ କାର୍ଯ୍ୟକ୍ରମରେ ଗାୟକ ନାଗପୁରରୁ ହର୍ଷ ଶର୍ମା, ଫତେହାବାଦରୁ ଅନିଲ ରଜନିଶ ଶର୍ମା ଏବଂ ଚଣ୍ଡୀଗଡ଼ରୁ ରିତୁ ପାଞ୍ଚାଳ ଆସି ଭଜନ ପରିବେଷଣ କରିଥିଲେ। ଗତକାଲି ରାତ୍ରି ୧୨ଟା ସମୟରେ ବାବାଙ୍କୁ ଶୁଦ୍ଧ ଖୁଆରେ ନିର୍ମିତ କେକ୍ ଲାଗି କରାଯାଇଥିଲା। ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ପ୍ରଭୁଙ୍କୁ ଦର୍ଶନ କରିଥିଲେ। ତେବେ ମେଳାରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ଓ ଦମକଳ ବାହିନୀ, ସ୍ବାସ୍ଥ୍ୟସେବା, ପାନୀୟଜଳ, ପାକିଂ ବ୍ୟବସ୍ଥା ଆଦିକୁ ଗୁରୁତ୍ବ ଦିଆଯାଇଥିଲା | ବାତ୍ୟା ‘ଅକ୍‌ବାନ’ ପାଇଁ ୱାଟରପ୍ରୁଫ ଛାଉଣୀ ସହିତ ଯାତ୍ରୀଙ୍କ ବିଶ୍ରାମ ବ୍ୟବସ୍ଥା କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନିଃଶୁଳ୍କ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଝିପ୍‌ଝିପ୍ ବର୍ଷା ଲାଗି ରହିଥିବାରୁ ଉତ୍ସବ ଫିକା ପଡ଼ିଥିଲା। ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ବରଗଡ଼ ଏସ୍‌ପି ରବୀନ୍ଦ୍ର ନାଥ ଶତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏସ୍‌ଡିପିଓ ଏ ବି ଶିଳ୍ପା, ପଦାରବିନ୍ଦ ତ୍ରିପାଠୀ, ଥାନାଧିକାରୀ ବିଭୂତି ଭୂଷଣ ଦଳେଇ ଆଇନଶୃଙ୍ଖଳା ପରିସ୍ଥିତି ଯାଞ୍ଚ କରିଥିଲେ। ଶ୍ରୀ ଶ୍ୟାମ ବିହାରୀ ମନ୍ଦିର ପରିଚାଳନା ସମିତିର ସଭାପତି ପୁରନ ଶର୍ମା, ସମ୍ପାଦକ ଶିବକୁମାର ଅଗ୍ରୱାଲ, ଭୀମସେନ ଅଗ୍ରୱାଲ, ପୱନ ଅଗ୍ରୱାଲ, ଅଭିଷେକ ଅଗ୍ରୱାଲଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ | ସେହିପରି କୁସନପୁରୀ ସ୍ଥିତ ଶ୍ୟାମବିହାରୀ ମନ୍ଦିର ପ୍ରତିଷ୍ଠାତା ମାଧ ବାବାଙ୍କ ଜ୍ୟୋତି ମନ୍ଦିରରେ ମଧ୍ୟ ଶ୍ୟାମବାବାଙ୍କ ଜନ୍ମ ଉତ୍ସବ ସହିତ ଏକାଦଶୀ ପାଳନ କରାଯାଇଥିଲା।

Leave a Reply

Your email address will not be published. Required fields are marked *