Spread the love

ଶହୀଦ ଲକ୍ଷ୍ମଣ ନାୟକଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର
୨୨ ନଭେମ୍ବର,୨୦୨୬

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଆୟୋଜିତ ହୋଇଯାଇଛି।

ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢ଼ାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, ଶହୀଦ ଲକ୍ଷ୍ମଣ ନାୟକ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଇଂରେଜ ଶାସନ ବିରୁଦ୍ଧରେ ସଂଗ୍ରାମ କରିଥିଲେ। ଆଦିବାସୀମାନଙ୍କ ଅଧିକାର ପାଇଁ ଲଢ଼େଇ କରିବା ସହ ସ୍ୱାଧୀନତାର ବାର୍ତ୍ତାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାରେ ମଧ୍ୟ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।୧୯୪୨ ମସିହାରେ ମାଥିଲି ଥାନା ସମ୍ମୁଖରେ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଶୋଭାଯାତ୍ରା ଇତିହାସର ସ୍ଵର୍ଣ୍ଣାକ୍ଷରେ ଲିପିବଦ୍ଧ। ଶହୀଦ ଲକ୍ଷ୍ମଣ ନାୟକଙ୍କ ଅଦମ୍ୟ ସାହସ ଓ ନେତୃତ୍ବ ଆଜିର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିର ଯୁବପିଢ଼ି ସଶକ୍ତ ରାଷ୍ଟ୍ର ନିର୍ମାଣ ଦିଗରେ ନିଜର ଯୋଗଦାନ ଦିଅନ୍ତୁ ବୋଲି ଶ୍ରୀ ଅରବିନ୍ଦ ଢ଼ାଲି ମତପ୍ରକାଶ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ସାହିତ୍ୟିକ ଓ ଗବେଷକ ପ୍ରଫେସର ଚିତ୍ତରଞ୍ଜନ ଭୋଇ, ବିଶିଷ୍ଟ ସାହିତ୍ୟିକ ଡକ୍ଟର ଚିତ୍ରସେନ ପ୍ରସାୟତ, ସବରୀ ସଂସ୍କୃତି ପରିଷଦର ଉପ ସଭାପତି ଶ୍ରୀ ଗୋଦାବରୀଶ ମହାପାତ୍ର, ସମ୍ପାଦକ ଶ୍ରୀ ନୀଳମାଧବ ଦାଶ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ସଚିବ ଶ୍ରୀ ଅନୁପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

 

Leave a Reply

Your email address will not be published. Required fields are marked *