Spread the love

ଭୂବନେଶ୍ବର : ଭୁବନେଶ୍ୱର ଅନ୍ତର୍ଗତ ଭରତପୁର ଥାନାରେ ପୋଲିସ ଏବଂ ଆର୍ମି ମେଜର ଓ ବାନ୍ଧବୀଙ୍କ ବିବାଦ ଘଟଣାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱା.ବି. ଖୁରାନିଆ। କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଓ ଦୁଇ ତଦନ୍ତକାରୀ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ଆଜି କ୍ରାଇମବ୍ରାଞ୍ଚ ତଦନ୍ତ ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଛନ୍ତି ପୋଲିସ ଡିଜି।

ଅନ୍ୟ ପକ୍ଷରେ ଆର୍ମି ମେଜରଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ ହୋଇଛି। ବିଏନଏସ ଧାରା ୧୮୩ରେ ବୟାନ ରେକର୍ଡ ହୋଇଥିବା ସୂଚନା ମିଳିଛି ।ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଥାନା ଆଇଆଇସିଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଥିଲା। ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା।

Leave a Reply

Your email address will not be published. Required fields are marked *