ଭାଗବତ ପରିଷଦ ପକ୍ଷରୁ ଭାଗବତ ଜନ୍ମ ପାଳନ
ଢେଙ୍କାନାଳ, ୨୬/୯: ଢେଙ୍କାନାଳ ସହର କୈବଲ୍ୟବଜାରସ୍ଥିତ ଦଧୁବାମନ ମଠ ପ୍ରାଙ୍ଗଣରେ ଥିବା ଭାଗବତ ମଣ୍ଡପ ଠାରେ ଭାଗବତ ପରିଷଦ ପକ୍ଷରୁ ଭାଗବତ ଜନ୍ମ ପାଳିତ ହୋଇଯାଅଛି । ବିଗତ ବର୍ଷ ଭଳି ଚଳିତ ବର୍ଷ ଶ୍ରୀଶ୍ରୀ ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ ଜନ୍ମ ଉତ୍ସବ ପରିଷଦର କର୍ମକର୍ତା ଓ ଅନ୍ୟାନ୍ୟ ଭକ୍ତମାନଙ୍କ ଗହଣରେ ବିଧି ପୂର୍ବକ ପାଳିତ ହୋଇଯାଇଅଛି । ବ୍ୟାସାମୁନରେ ଶ୍ରୀମଦ୍ ଭାଗବତ ମହାପୁରାଣଙ୍କୁ ପୂଜାର୍ଚ୍ଚନା, ଆବାହନ ଓ ହୋମଯଜ୍ଞାଦି ଉପଚାରରେ ପୂଜନ, ନାମ ସଂକୀର୍ତନ ଓ ଉଲ୍ଲସିତ ହରିଧ୍ଵନୀ ସହ ବିଭିନ୍ନ ଭୋଗ ଲାଗି କରାଯାଇ ସମାପନ କରାଯାଇଥିଲା । ଶ୍ରୀମଦ୍ ଭାଗବତର ଶେଷ ଅଧ୍ୟାୟ ଓ ଆଜିର ଦିବସରେ ପ୍ରଥମ ଅଧ୍ୟାୟ ପୂଜକ ଅଖିଳ ତ୍ରିପାଠୀ ପାଠ କରିଥିଲେ । ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସର୍ବଶ୍ରୀ ସର୍ବାନନ୍ଦ ଷଡଙ୍ଗୀ, ଆର୍ଯ୍ୟରତ୍ନ ଚକ୍ରଧର, ନୃସିଂହ ଚରଣ ପାଣି, ସତ୍ୟପ୍ରିୟ ରଥ, ବିରଂଚି ନାରାୟଣ ପଟ୍ଟନାୟକ, ଗିରିଶ ଚନ୍ଦ୍ର ରଥ, ଆଲୋକ କୁମାର ଦାସ, ବଟକୃଷ୍ଣ ବେହେରା, ଫକୀର ବେହେରା, ପ୍ରେମାନନ୍ଦ ଦାଶ, ବ୍ରଜ କିଶୋର ପାତ୍ର ପ୍ରମୁଖ ଯୋଗ ଦେଇଥିବା ସଂପାଦକ ପରେଶ ଚନ୍ଦ୍ର ପଟ୍ଟନାୟକ ଜଣାଇଛନ୍ତି ।
