Spread the love

ଢେ଼ଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣି ଙ୍କ ପୀଠରେ ଆଜି ମାଘ ମାସର ପ୍ରଥମ ସୋମବାର ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହା ସ୍ନାନ,ବେଲ ପତ୍ର ବିଭିନ୍ନ ପ୍ରକାରର ପୁଷ୍ପ ଓ ଭୋଗ ଲାଗି ପୂଜା ଅର୍ଚ୍ଚନା କରାଯାଇ ଥିଲା। ମଧ୍ୟାନ ରେ ଅର୍ଣ୍ଣ ଧୂପ ,ସନ୍ଧ୍ୟାରେ ଆଳତି ଓ ଘର୍ଷଣୀ କରାଯାଇ ମେଳା ବେଶ କରାଯାଇ ଥିଲା।ସେଥିରେ ଚୁଡ଼ା ଘଷା ଓ ପଣା ଭୋଗ ଲାଗି କରାଯାଇଥିଲା। ପୂଜକ ତୁଷାର ରଞ୍ଜନ ମିଶ୍ର ଓ ବିଭୂତି ଭୂଷଣ ପଣ୍ଡା ଙ୍କ ଦ୍ଵାରା ପୂଜା ଅର୍ଚ୍ଚନା କରାଯାଇ ଥିଲା।

Leave a Reply

Your email address will not be published. Required fields are marked *