Spread the love

ରାୟପୁର: ଭୁଶୁଡୁଛି ମାଓ ଦୁର୍ଗ। ପୁଣି ଜଣେ ଦୁର୍ଦ୍ଦାନ୍ତ ମାଓନେତା ନିହତ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶୁକ୍ରବାର ପୁଣି ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ଏହି ବଡ଼ ଏନକାଉଣ୍ଟର ହୋଇଛି। ଏଥିରେ ତେଲଙ୍ଗାନାର ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ମାଲିରାପୁ ଆଡ଼ଲୁ ତଥା ଭାସ୍କର ନିହତ ହୋଇଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି।

ପୂର୍ବରୁ ଏହି ୫୩ ବର୍ଷୀୟ ହାର୍ଡକୋର ମାଓ ନେତାକୁ ଗିରଫ କରିବା ଲାଗି ତେଲେଙ୍ଗାନା, ଆନ୍ଧ୍ର ଓ ଛତିଶଗଡ଼ ସରକାର ଲକ୍ଷାଧିକ ଟଙ୍କା ମଧ୍ୟ ଘୋଷଣା କରିଥିବା ଜଣାପଡ଼ିଛି। ତେବେ ଜାତୀୟ ଉଦ୍ୟାନ ଘଞ୍ଚ ଜଙ୍ଗଲ ସହ ପାହାଡ଼ି ଅଞ୍ଚଳ ହୋଇଥିବାରୁ ସେଠାରେ ବହୁ ସଂଖ୍ୟାରେ ମାଓବାଦୀଙ୍କ ଉପସ୍ଥିତି ରହିଥିବା ସୂଚନା ମିଳିଛି। ଗୁଇନ୍ଦା ସୂଚନା ପାଇ ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା ମିଳିତ ଅପରେସନ।ପୂର୍ବରୁ ଗୁରୁବାର ଏକ କୋଟି ଟଙ୍କାର ପୁରସ୍କାର ରାଶି ଥିବା କେନ୍ଦ୍ରୀୟ କମିଟି ସଦସ୍ୟ ତଥା ବାଲକ୍ରିଷ୍ଣ ସୁଧାକରର ମୃତ୍ୟୁ ହୋଇଥିବା ବେଳେ ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନକୁ ପୁଣି ଥରେ ଲଞ୍ଚ୍ କରାଯାଇଛି। ପ୍ରାଥମିକ ରିପୋର୍ଟରୁ ଜଣେ ମାଓନେତା ମୃତ୍ୟୁ ବରଣ କରିଥିବା ବେଳେ ତାହା ନିକଟରୁ ଏକେ-୪୭ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି।

Leave a Reply

Your email address will not be published. Required fields are marked *