Spread the love

ଭାଦ୍ରାସାହି ପଞ୍ଚାୟତରେ ରାସ୍ତା ପାଲଟିଛି ପଙ୍କପୋଖରୀ

ଯୋଡ଼ା କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ର ଯୋଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅଧୀନରେ ଥିବା ଭଦ୍ରାସାହି ପଞ୍ଚାୟତ ରେ ଥିବା ରାସ୍ତା ପାଲଟିଛି ପଙ୍କ ପୋଖରୀ, ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକି ଦେଖିବାକୁ ମିଳିଛି ଭଦ୍ରାସାହି ପଞ୍ଚାୟତ ର ଭୁସୁଗାଁ ସ୍କୁଲ ଅପର ପାର୍ଶ୍ଵରେଥିବା ଗାଁ ଭିତରକୁ ଯିବାକୁ ଥିବା ତଥା ସତସଙ୍ଗ ବିହାର କୁ ଯିବା ରାସ୍ତାଟି ପଙ୍କ ପୋଖରୀ ପାଲଟିଥିବା ଦେଖିବାକୁ ମିଳିଛି, ରାସ୍ତା ଟିରେ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଅସରାଏ ବର୍ଷା ରେ ରାସ୍ତାରେ ପାଣି ଜମି କାଦୁଅ ପଚପଚ ହୋଇଥିବା ବେଳେ ଏହା ଏକ କୂତ୍ରିମ ପୋଖରୀ ର ଭ୍ରମ ସୃଷ୍ଟି କରୁଛି। ଏହି ରାସ୍ତାଟି ବଡ଼ବିଲ ଭଦ୍ରାସାହି ମୁଖ୍ୟ ରାସ୍ତାକୁ ଲାଗି ରହିଥିବା ବେଳେ ଏହି ପଙ୍କ ପୋଖରୀ ରାସ୍ତାରୁ ମାତ୍ର କେଇ ମିଟର ଦୂରରେ ପଞ୍ଚାୟତ ଅଫିସ୍ କାର୍ଯ୍ୟାଳୟ ଅବସ୍ଥିତ। ହେଲେ ଏହି ରାସ୍ତାଟି ଦୟନୀୟ ଅବସ୍ଥାରେ ଥିବା ବେଳେ ଏଥିପ୍ରତି କାହାରି ନଜର ପଡୁନାହିଁ। ଅଞ୍ଚଳ ବାସିନ୍ଦା ମାନେ ଏହି ରାସ୍ତାରେ ପାଣି କାଦୁଅ ମଧ୍ୟରେ ଯିବା ଆସିବା କରିବାପାଇଁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *