Spread the love

ଯୋଡା ବୃଦ୍ଧାଶ୍ରମର କର୍ମଚାରୀଙ୍କୁ ମାଡ଼ ଘଟଣା, ଉଭୟ ପକ୍ଷରୁ ଥାନାରେ ମାମଲା

ଯୋଡ଼ା:- କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ତଥା ଯୋଡ଼ା ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ଼ ନମ୍ବର ୬ ବାଚୁ ହଟିଂ ନିକଟରେ ଏକ ବୃଦ୍ଧାଶ୍ରମ ରହିଛି । ବର୍ତ୍ତମାନ ଏହି ବୃଦ୍ଧାଶ୍ରମରେ ୫୩ଜଣ ଅନ୍ତେବାସୀ ଆଶ୍ରୟ ନେଇଥିବା ସୂଚନା। ତେବ ଏହି ବୃଦ୍ଧାଶ୍ରମ ଟି ଦୀର୍ଘଦିନ ହେଲା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ( ଡି ଏମ୍ ଏଫ୍ )ଅର୍ଥରେ ପରିଚାଳିତ ହେଉଥିବା ସୂଚନା । ଏହାର ପରିଚାଳନା କାର୍ଯ୍ୟ ଆଭା ନାମକ ଏକ ଏନ୍ ଜି ଓ ସଂସ୍ଥାକୁ ଦିଆ ଯାଇଛି । ହେଲେ ଏଠାରେ ନିଯୁକ୍ତ କର୍ମଚାରୀ ମାନେ ଠିକ୍ ସମୟରେ ଦରମା ପାଇପାରୁ ନଥିବା ଅଭିଯୋଗ ହୁଏ।, ଏବେ ଚାରି ମାସ ହେବ ଦରମା ନପାଇ ବଡ଼ କଷ୍ଟରେ ଥିବା କହିଛନ୍ତି ଏଠାକାର କର୍ମଚାରୀ। ଏହାରି ଭିତରେ କର୍ମଚାରୀଙ୍କ ମଧ୍ୟରେ ବହୁ ବାଦ ବିବାଦ ଦେଖିବାକୁ ମିଳିଛି, ଯାହାକି ନିକଟ ଅତୀତରେ ଦୁଇଜଣ କର୍ମଚାରୀଙ୍କ ମଧ୍ୟରେ ବିବାଦ ଏତେ ଉଗ୍ର ରୂପ ନେଇଥିଲା ଯେ ମାମଲା ଥାନାରେ ପହଞ୍ଚି ଥିଲା, ପୋଲିସ ଷ୍ଟାପ୍ ନର୍ସ ଲୋପାମୁଦ୍ରା ବାରିକ ଙ୍କ ଅଭିଯୋଗ ଆଧାରରେ କେସ୍ କରି ଦେବବ୍ରତ ପ୍ରସାଦ ପଟ୍ଟନାୟକ ଙ୍କୁ ଗିରଫ କରି ଜେଲ୍ ପଠାଇ ଥିଲା। ସେହି ଘଟଣାର କିଛି ସପ୍ତାହ ପରେ ପୁଣି ଏକ ଗଣ୍ଡଗୋଳ ଲୋପାମୁଦ୍ରା ଓ ମଲ୍ଟି ପର୍ପସ ୱର୍କର ହିମାନୀ ଭଟ୍ଟାଚାର୍ଯ୍ୟଙ୍କ ସହିତ ହୋଇଥିବା ଷ୍ଟାପ ନର୍ସ ଙ୍କ ଅଭିଯୋଗରୁ ଜଣାପଡିଛି। ତେବେ ହିମାନୀ ଙ୍କ ଅଭିଯୋଗ ଅନୁଯାୟୀ ଷ୍ଟାପ ନର୍ସ ଙ୍କ ପାଇଁ ତାଙ୍କୁ ଵାଚୁ ହାଟିଙ୍ଗ ର କେତେଜଣ ମହିଳା ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ, ବୃଦ୍ଧାଶ୍ରମରେ ଡ଼ିଉଟି କରେଇ ନଦେବା ପାଇଁ ଧମକ ଦେଇଥିବା ଅଭିଯୋଗ ହୁଏ।, ଭଟ୍ଟାଚାର୍ଯ୍ୟ ସେହି ମହିଳା ମାନଙ୍କ ନାମରେ ଯୋଡ଼ା ଥାନା ରେ ଏତଲା ଦେଇଥିବା ନେଇ ସୂଚନା। ତେବେ ବୃଦ୍ଧାଶ୍ରମ ର ଦୁଇ ମହିଳା କର୍ମଚାରି ଯଥା ମଲ୍ଟି ପର୍ପସ୍ ୱାର୍କର ଏବଂ ସ୍ଟାପ୍ ନର୍ସ ଙ୍କ ଅଭିଯୋଗରେ ପୃଥକ୍ ପୃଥକ୍ ଭାବେ ଦୁଇଟି କେସ୍ ରୁଜୁ ହୋଇଥିବା ନେଇ ସୂଚନା।

Leave a Reply

Your email address will not be published. Required fields are marked *