Spread the love

ଭାପୁରରେ ନିଶାମୁକ୍ତ ଯୁବ ସମାଜ ପାଇଁ ସଚେତନତା ରାଲି

ଢେଙ୍କାନାଳ: ଯୁବପିଢ଼ିଙ୍କୁ ନିଶା କବଳରୁ ଦୂରେଇ ରଖିବା ସହ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ ମାଇ ଭାରତ, ଢେଙ୍କାନାଳ ପକ୍ଷରୁ ସଦର ବ୍ଲକ୍ ଅନ୍ତର୍ଗତ ଭାପୁର ଗ୍ରାମରେ ଏକ ନିଶାମୁକ୍ତ ଯୁବ ସଚେତନତା ରାଲି ଆୟୋଜିତ ହୋଇଥିଲା।

ରାଲିରେ ଗ୍ରାମର ବହୁ ସଂଖ୍ୟକ ଯୁବକଙ୍କ ସହ ବରିଷ୍ଠ ନାଗରିକ ଓ ଶିକ୍ଷକମାନେ ମଧ୍ୟ ସାମିଲ ହୋଇ ନିଶା ବିରୋଧୀ ବାର୍ତ୍ତା ପ୍ରଚାର କରିଥିଲେ। ନିଶାସେବନ ଯୁବପିଢ଼ିର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସହ ପରିବାର ଓ ସମାଜ ଉପରେ କିପରି ନକାରାତ୍ମକ ପ୍ରଭାବ ପକାଏ, ସେନେଇ ଅଂଶଗ୍ରହଣକାରୀଙ୍କୁ ସଚେତନ କରାଯାଇଥିଲା।

ଏହି ଅବସରରେ ଯୁବପିଢ଼ି ନିଶାକୁ ‘ନା’ କହି ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ଅନ୍ୟମାନଙ୍କୁ ମଧ୍ୟ ନିଶାଠାରୁ ଦୂରେଇ ରଖିବାକୁ ଆହ୍ୱାନ ଦିଆଯାଇଥିଲା।

ପରିଶେଷରେ ଗ୍ରାମର ସୁଖଦୁଃଖର ସାଥୀ ଭାବେ ପରିଚିତ ଶ୍ରୀ ଶୁଭ ପଣ୍ଡାଙ୍କ ପକ୍ଷରୁ ରାଲିରେ ଯୋଗଦେଇଥିବା ସମସ୍ତଙ୍କୁ ଖାଦ୍ୟ ବଣ୍ଟନ କରାଯିବା ପରେ କାର୍ଯ୍ୟକ୍ରମର ସମାପ୍ତି ଘଟିଥିଲା।

Leave a Reply

Your email address will not be published. Required fields are marked *