Spread the love

ଆଜି ଭାରତୀୟ ସେନା ଲଦାଖ ସେକ୍ଟରରେ 15,000 ଫୁଟରୁ ଅଧିକ ଉଚ୍ଚତାରେ, ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ, ଆକାଶ ପ୍ରାଇମ୍ ଏୟାର ଡିଫେନ୍ସ ସିଷ୍ଟମ- ADSର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ AAD ଏବଂ DRDOର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା କରାଯାଇଥିଲା ଯେଉଁମାନେ ଏହି ସିଷ୍ଟମକୁ ବିକଶିତ କରିଛନ୍ତି। ପରୀକ୍ଷଣ ସମୟରେ SAMs ଅତ୍ୟନ୍ତ ଉଚ୍ଚତାରେ ବିରଳ ବାୟୁମଣ୍ଡଳରେ ଅତି ଦ୍ରୁତ ଗତିଶୀଳ ଚାର୍ଗେଟ୍ ବିମାନ ଉପରେ ଦୁଇଟି ସିଧାସଳଖ ଆକ୍ରମଣ କରି ଲକ୍ଷ୍ୟ ହାସଲ କରିଥିଲା।

ଭାରତୀୟ ସେନା ଲଦାଖରେ 15,000 ଫୁଟ ଉଚ୍ଚତାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆକାଶ ପ୍ରାଇମ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀର ସଫଳ ପରୀକ୍ଷଣ କରିଛି। ‘ଅପରେସନ୍ ସିନ୍ଦୂର’ରେ ପାକିସ୍ତାନୀ ଡ୍ରୋନ୍ ଏବଂ ବାୟୁ ଆକ୍ରମଣକୁ ପ୍ରତିହତ କରିବାରେ ଏହି ପ୍ରଣାଳୀ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ଆକାଶ ପ୍ରାଇମ୍ ଏବେ ସେନାର ତୃତୀୟ ଏବଂ ଚତୁର୍ଥ ବାୟୁ ପ୍ରତିରକ୍ଷା ରେଜିମେଣ୍ଟର ଅଂଶ ହେବ, ଯାହା ବିଭିନ୍ନ ଦିଗରୁ ଆସୁଥିବା ଲକ୍ଷ୍ୟକୁ ପ୍ରତିହତ କରିବାରେ ସକ୍ଷମ।ପରୀକ୍ଷଣ ସମୟରେ ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ ବାୟୁମଣ୍ଡଳରେ ଅତି ଦ୍ରୁତ ଗତିରେ ଉଡୁଥିବା ଏୟାର ଟାର୍ଗେଟ୍ କୁ ସିଧା ସିଧା ପ୍ରତିହତ କରିଥିଲା। ଏହି ପରୀକ୍ଷଣ ଅତି ଅଧିକ ଉଚ୍ଚତା ଲଦାଖ ଅଞ୍ଚଳରେ ସମ୍ପନ୍ନ ହୋଇଥିଲା। ଆକାଶ ପ୍ରାଇମ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏଣିକି ଭାରତୀୟ ସେନାର ତୃତୀୟ ଏବଂ ଚତୁର୍ଥ ୟୁନିଟ ରେଜିମେଣ୍ଟରେ ସାମିଲ ହେବ। ଏଥିରୁ ଏହା ସ୍ପଷ୍ଟ ଯେ, ଏଣିକି ଏହି ନୂଆ ପ୍ରଣାଳୀ ସେନାର ଦୁଇଟି ରେଜିମେଣ୍ଟରେ ସାମିଲ ହେବାଦ୍ବାରା ଶତ୍ରୁ ପକ୍ଷର ବାୟୁ ପ୍ରତିରକ୍ଷାକୁ ଆହୁରି ଭଲ ଭାବେ ମୁକାବିଲା କରିପାରିବ।

Leave a Reply

Your email address will not be published. Required fields are marked *