Spread the love

ଭାରତୀୟ ବେରୋଜଗାର ମୋର୍ଚା ପକ୍ଷରୁ ବିଶାଳ ରାଲି,
ସରକାରଙ୍କ ପାଖରେ ଦାବୀ ରଖିଲେ

ତାରିଖ 18/06/23

ଭୁବନେଶ୍ବର ରୁ ପ୍ରଦିପ୍ତ କୁମାର ଘଡେଇ ରିପୋର୍ଟ

ଭାରତ ତଥା କଥିତ ସ୍ୱାଧୀନତାର 75 ବର୍ଷ ପରେ ମଧ୍ଯ ବେରୋଜଗାରୀ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି,
ପ୍ରlୟ 40 କୋଟି ବେରୋଜଗାର ଯୁବକ ଯୁବତୀ ଭାରତ
ରେ ବର୍ତ୍ତମାନ ଅଛନ୍ତି। ସରକାର କୌଣସି କ୍ଷେତ୍ରରେ ସଂଖ୍ୟା ଅନୁପାତରେ ନିଯୁକ୍ତି ଯୋଗାଉ ନାହାନ୍ତି, ଫଳରେ ପ୍ରତିଦିନ
38 ଜଣ ଶିକ୍ଷିତ ବେରୋଜଗାର ଯୁବକ,ଯୁବତୀ ଆତ୍ମ ହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ସରକାରଙ୍କ ତ୍ରୁଟି ପୂର୍ଣ୍ଣ
ନୀତି ଯୋଗୁଁ ବେରୋଜଗାର ମାନଙ୍କ ଦେଶରେ ପରିଣତ ହୋଇଛି, ଆଜି ସ୍ତାନୀୟ ମାଷ୍ଟର କ୍ୟାଣ୍ଟିନ୍ ଛକ ଲୋୟର
ପିଏମଜି ଠାରେ ବିଶାଳ ରାଲି ଓ ସଭା ର ଆୟୋଜନ କରାଯାଇ ସରକାରଙ୍କ ପାଖରେ ଦାବୀ ରଖିଥିଲେ,
ଦଶମ ,ଦ୍ଵାଦଶ, ସ୍ନାତକ ଓ ସ୍ନାତକୋତ୍ତର ବେରୋଜଗାର
ମାନଙ୍କୁ 5 ବର୍ଷ ମଧ୍ୟରେ ନିଯୁକ୍ତି କରାଯାଉ, ଯେ ପର୍ଯ୍ୟନ୍ତ
ରୋଜଗାର ଗ୍ୟାରେଣ୍ଟି ନ ମିଳିଛି ସେ ପର୍ଯ୍ୟନ୍ତ କେନ୍ଦ୍ର ଓ
ରାଜ୍ଯ ସରକାର ଙ୍କ ଦ୍ଵାରା 60 ତଥା 40 ଅନୁପାତରେ ବେରୋଜଗାର ଭତ୍ତା ଦିଆଯାଉ, ଘରୋଇ କରଣ ବନ୍ଦ
କରାଯାଉ, କେନ୍ଦ୍ର ତଥା ରାଜ୍ଯ ସରକାରଙ୍କ ଦ୍ଵାରା କରାଯାଇଥିବା କଣ୍ଟ୍ରାକ୍ଟ ନିଯୁକ୍ତି କୁ ତୁରନ୍ତ ସ୍ଥାୟୀ କରାଯାଉ
ପ୍ରତି ବର୍ଷରେ ଅତି କମ୍ ରେ 2 କୋଟି ବେରୋଜଗାର ଙ୍କୁ ରୋଜଗାର ଦିଆଯାଉ, ରୋଜଗାର ସ୍ରୁଷ୍ଟି ତଥା ବୃଦ୍ଧି ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଆୟୋଜିତ କରାଯାଉ, ଆହୁରି ଅନେକ ଗୁଡିଏ 13 ଦଫା ଦାବି ନେଇ ଏହି ରାଷ୍ଟ୍ର
ବ୍ୟାପି ଆନ୍ଦୋଳନ ମାନନୀୟ ସୌମ୍ଯ ରଂଜନ ଆଦ୍ୟ ଙ୍କ ନେତୃତ୍ଵରେ ଓଡ଼ିଶାରେ ଅନୁଷ୍ଠିତ ହୋଇଛି ,ଏହି ଆନ୍ଦୋଳନ
ରେ ରାଷ୍ଟ୍ରୀୟ ନେତୃତ୍ଵ ମାନନୀୟ ସିଦ୍ଧାନ୍ତ ମୌର୍ଯ୍ୟ ଅଂଶଗ୍ରହଣ କରିଥିଲେ, ଏହି ରାଲି ଓ ସଭାରେ ଓଡିଶାର
ପ୍ରତେକ ଜିଲ୍ଲାରୁ ଯୁବ ନେତୃତ୍ୱ ନେଇଥିଲେ ପିଣ୍ଟୁ ଦାସ
ଚନ୍ଦ୍ର ଗୋପାଳ ୟା ଦଭ ,ବୈଦ୍ୟନାଥ ସିଂ, ନିରଞ୍ଜନ ନାୟକ
କମଳ ଜୀତ ସିଂ, ଆଦିତ୍ୟ ହନ୍ସ, ଆଡଭୋକେଟ ସେନା ତି
ସୋରେନ ପ୍ରମୂଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *