Spread the love

ଭାରତ ଓ ଆମେରିକା ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ଆସନ୍ତାକାଲି ହେବ ବୋଲି ଭାରତ ପାଇଁ ନିଯୁକ୍ତ ଆମେରିକାର ନୂଆ ରା‌ଷ୍ଟ୍ରଦୂତ ସର୍ଜିଓ ଗୋର୍‌ ଆଜି ଦାୟିତ୍ବ ଗ୍ରହଣ କରିବା ଅବସରରେ କରିଛନ୍ତି। ବାଣିଜ୍ୟ ଆଲୋଚନା ନେଇ ଉଭୟ ପକ୍ଷ ସକ୍ରିୟଭାବେ କାର୍ଯ୍ୟ କରୁଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆସନ୍ତାକାଲି ହେବ ବୋଲି ସେ କହିଛନ୍ତି।

ଭାରତ ବିଶ୍ବର ସର୍ବବୃହତ୍‌ ଦେଶ। ତେଣୁ ଏହା ସହିତ ବାଣିଜ୍ୟ ଆଲୋଚନା ଚୂଡ଼ାନ୍ତ ହେବା ସେତେ ସହଜ ନୁହେଁ। କିନ୍ତୁ ଚୂଡ଼ାନ୍ତ କରିବା ନେଇ ଆମେ ପ୍ରତିବଦ୍ଧ ବୋଲି ଗୋର୍‌ କହିଛନ୍ତି। ଏଥିସହ ଆସନ୍ତା ବ‌ର୍ଷେ ଦୁଇବର୍ଷ ମଧ୍ୟରେ ଟ୍ରମ୍ପ ଭାରତ ଆସିପାରନ୍ତି ବୋଲି ମଧ୍ୟ ସେ କହିଛନ୍ତି ।ନୂଆଦିଲ୍ଲୀ ଓ ୱାସିଂଟନର ସଂପର୍କ କ୍ଷେତ୍ରରେ ବାଣିଜ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ମଧ୍ୟ ଉଭୟ ଦେଶ ଆତଙ୍କବାଦ ନିରୋଧ, ଶକ୍ତି, ପ୍ରଯୁକ୍ତି, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ମିଳିତଭାବେ କାର୍ଯ୍ୟ କରିବା ଜାରି ରଖିବେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ମୁଁ ବିଶ୍ବର ବିଭିନ୍ନ ସ୍ଥାନ ବୁଲିଛି। ତେଣୁ ମୁଁ ଦୃଢ଼ଭାବେ କହିପାରିବି ଯେ ମୋଦୀଙ୍କ ସହିତ ତାଙ୍କର ବନ୍ଧୁତା ବାସ୍ତବ। ପ୍ରକୃତ ବନ୍ଧୁ ସେମାନଙ୍କ ମତପାର୍ଥକ୍ୟକୁ ଦୂର କରିପାରିବେ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। ଆମେରିକା ପାଇଁ ଭାରତ ପରି ଅନ୍ୟ କୌଣସି ଦେଶ ସେତେ ଆବଶ୍ୟକ ନୁହନ୍ତି ବୋଲି ମଧ୍ୟ ମତ ରଖିଛନ୍ତି।ଭାରତରେ ତାଙ୍କୁ ରାଷ୍ଟ୍ରଦୂତଭାବେ ନିଯୁକ୍ତି ଦିଆଯିବାର କାରଣ ହେଲା ଦୁଇ ଦେଶର ବନ୍ଧୁତାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା। ନୈଶଭୋଜିରେ ଟ୍ରମ୍ପ ତାଙ୍କର ଭାରତ ଗସ୍ତ ଏବଂ ତାଙ୍କ ବଡ଼ ବନ୍ଧୁ ମୋଦୀଙ୍କ କଥା ସ୍ମରଣ କରିଥିଲେ। ଏଥିସହିତ ପାକ୍ସ ସିଲିକା ମେଣ୍ଟର ସଦସ୍ୟ ଭାରତ ହେବ ବୋଲି ସେ ଘୋଷଣା କରିଛନ୍ତି। ଏହି ଗୋଷ୍ଠୀରେ ଯୋଗଦେବା ପାଇଁ ଭାରତକୁ କରଯିବ। ସିଲିକନ୍ ଯୋଗାଣ ଶୃଙ୍ଖଳକୁ ଦୃଢ଼ କରିବା ପାଇଁ ଆମେରିକା ‌ନେତୃତ୍ବରେ ଏହି ମେଣ୍ଟ ଗଠନ କରାଯାଇଛି। ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଗୋର୍‌ଙ୍କୁ ଗତବର୍ଷ ଭାରତର ରାଷ୍ଟ୍ରଦୂତଭାବେ ନିଯୁକ୍ତି ମିଳିଥିଲା।

Leave a Reply

Your email address will not be published. Required fields are marked *