Spread the love

ଭିକେ ପାଣ୍ଡିଆନ ଗସ୍ତ ର ବିଫଳତା କୁ ନେଇ ଗର୍ଜିଲା ବିଜେପି

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ କଟକ ଜିଲ୍ଲା ଗସ୍ତରେ ଚୌଦ୍ୱାର ଠାରେ ଏକ ବିରାଟ ସମାବେଶ ରେ ଶ୍ରମିକ ମାନଙ୍କୁ ନିରାଶ କରିଛନ୍ତି। ଏହାକୁ ନେଇ ଉପସ୍ଥିତ ଓ. ଟି. ଏମ୍ ଶ୍ରମିକ ମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା l ଆଜି ଚୌଦ୍ୱାର ରେ ଆଇନଜୀବୀ ତଥା ବିଜେପି ର ବରିଷ୍ଠ ନେତା ପ୍ରମୋଦ ସାହୁ ଏକ ସାମ୍ବାଦିକ ସମ୍ମିଳନୀ ରେ ପାଣ୍ଡିଆନ ଗସ୍ତ କୁ ବିରୋଧ କରିବା ସହିତ ଚୌଦ୍ୱାର ରେ ଖୁବ ଶୀଘ୍ର ନୂତନ ଶିଳ୍ପ ର ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବୀ କରିଥିଲେ l ଏହା ସହିତ ଏହି ସାମ୍ବାଦିକ ସମ୍ମିଳନୀ ରେ ଚୌଦ୍ୱାର ରେ ବିଜେଡି ସରକାରଙ୍କ ସମୟରେ ବନ୍ଦ ହୋଇ ପଡି ରହିଥିବା ଶିଳ୍ପ ଓ.ଟି.ଏମ୍, ଲିବ୍ରା ଓ ବଲାରପୁର ଶ୍ରମିକ ମାନଙ୍କୁ ସେମାନଙ୍କ ର ଦୁଃଖ ଦୁର୍ଦ୍ଦଶା କୁ ଖୁବ ଶୀଘ୍ର ସମାଧାନ କରିବା ପରିବର୍ତ୍ତେ ପାଣ୍ଡିଆନ ପୁରୀ ମନ୍ଦିର ଘଟଣା ର ଉଦାହରଣ ଦେଇ ନିରୀହ ଶ୍ରମିକମାନଙ୍କ ମନରେ କଷ୍ଟ ଦେଇଥିଲେ। ଏହି ଘଟଣାକୁ ଶ୍ରୀ ପ୍ରମୋଦ ସାହୁ ନାପସନ୍ଦ କରିଥିଲେ l ସାମ୍ବାଦିକ ସମ୍ମିଳନୀ ରେ ବିଜେଡି ସରକାର ର ବିକାଶ ପ୍ରକ୍ରିୟା କୁ ଚୌଦ୍ୱାର ରେ ଆଗେଇ ନେବାକୁ ତଥା କେନ୍ଦ୍ର ସରକାର ଙ୍କର ବିଭିନ୍ନ ଯୋଜନା ର ସଫଳ ରୂପାୟନ ପାଇଁ ଲୋକମାନଙ୍କ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆଦର୍ଶ କୁ ଲୋକ ଲୋଚନ ପାଖରେ ପହଞ୍ଚାଇବାକୁ ବିଜେବି ଉଦ୍ୟମ କରିବ ବୋଲି ମତ ପ୍ରକାଶ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ନେତା ଶ୍ରୀ ପ୍ରମୋଦ ସାହୁ ଅଧକ୍ଷତା କରିଥିବା ବେଳେ ଅଂଚଳ ର ଲୋକ ମାନଙ୍କ ର ସମସ୍ୟା କୁ ନେଇ ଜଣେ ଲଢୁଆ ନେତା ହିସାବ ରେ ବିଜେବି ମଧ୍ୟରେ ଆଲୋଡନ ସୃଷ୍ଟି କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀ ରେ ଅକ୍ଷୟ ଭୂୟାଁ, ମୀରା ବେଉରା, ଇନ୍ଦ୍ରାଣୀ ପାଟନା ସରପଞ୍ଚ ଙ୍କ ପ୍ରତିନିଧି ବିନୟ କୁମାର ମଲ୍ଲିକ, ବସନ୍ତ ଦାସ, ଦୀପକ ସାମନ୍ତରାୟ, କାଞ୍ଚନବାଳା ପ୍ରତାପଦେବ, ରବନା ରେଡି ପ୍ରମୁଖ ଉପସ୍ଥିତ ଥିଲେ l

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ରିପୋର୍ଟ୍ ଜାଗ୍ରତ ଭାରତ ନୀୟୁଜ।

Leave a Reply

Your email address will not be published. Required fields are marked *