Spread the love

ଭିଜିଲାନ୍ସ ଜାଲରେ ଫସିଲେ ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର

କାମ କରିବାକୁ ନେଇ ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ

ଅନୁଗୋଳ ଭିଜିଲାନ୍ସ ଜାଲରେ ଅନୁଗୋଳ ଲିଫ୍ଟ ଇରିଗେସନ ଡିପାର୍ଟମେଣ୍ଟର ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଶରତ କୁମାର ପ୍ରଧାନ । ଦୁଇଟି ଲିଫ୍ଟ ଇରିଗେସନର ଇଲେକ୍ଟ୍ରିକାଲ ଏଷ୍ଟିମେଟ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କ ଅଫିସରେ କାବୁ କଲା ଭିଜିଲାନ୍ସ ଟିମ । ସୁଚନା, ଅନୁଗୋଳ ଖଲାରୀ ଗାଁର ଠିକାଦାର ଶ୍ରୀକାନ୍ତ ଦେହୁରୀଙ୍କ ଦୁଇଟି ଲିଫ୍ଟ ଇରିଗେସନ କରିବାର ଅଛି । ଏଥିପାଇଁ ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଶରତ କୁମାର ପ୍ରଧାନ ଏଷ୍ଟିମେଟ କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଫଳରେ ଶ୍ରୀକାନ୍ତ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଆଉ ଆଜି ଯୋଜନା ଅନୁଯାୟୀ ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଶରତ କୁମାର ପ୍ରଧାନଙ୍କୁ ଅଫିସରେ ଶ୍ରୀକାନ୍ତ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲେ । ଏହାପରେ ଭିଜିଲାନ୍ସ ବିଭାଗ ତାଙ୍କୁ ଅଟକ ରଖିବା ସହ ତାଙ୍କ ବାସଭବନ ସହ ବିଭିନ୍ନ ସ୍ଥାନରେ ଚଢାଉ ଜାରିରହିଛି ।

Leave a Reply

Your email address will not be published. Required fields are marked *