Spread the love

ଭୂବନେଶ୍ୱର, ୦୪/୦୨: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ବାବୁ । ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସ୍ଆଇ ବୁଡୁ ଭୋଇଙ୍କୁ ଧରିଛି ଭିଜିଲାନ୍ସ । ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଛି ଭିଜିଲାନ୍ସ ଟିମ୍ । ଦୁର୍ଘଟଣା କେସ୍‌ରେ ଫଶିଥିବା ଜଣେ ବ୍ୟକ୍ତିଙ୍କ ବାଇକ୍କୁ ଛାଡିବାକୁ ଥାନା ବାବୁ ଜଣଙ୍କ ଲାଞ୍ଚ ନେଉଥିଲେ ।

ବ୍ୟକ୍ତି ଜଣକ ଶ୍ରୀ ଭୋଇଙ୍କୁ ଗତ ଏକ ମାସ ଧରି ମୋଟରସାଇକେଲ ଛାଡିଦେବାକୁ ଅନୁରୋଧ କରିଥିଲେ। ହେଲେ ଏଥିପାଇଁ ଶ୍ରୀ ଭୋଇ ତାଙ୍କୁ ୬୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହା ପରେ ବ୍ୟକ୍ତି ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଜଣାଇଥିଲେ। ପରେ ଶ୍ରୀ ଭୋଇ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ ଟିମ୍‌। ତେବେ ଲାଞ୍ଚ ନେବା ଘଟଣା ସାମ୍ନାକୁ ଆସିବା ପରେ ବୁଡୁ ଭୋଇଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି ।

Leave a Reply

Your email address will not be published. Required fields are marked *